ଭାରତରେ ଅକ୍ଟୋବର ବେଳକୁ ନିୟନ୍ତ୍ରଣକୁ ଅ‌ାସିବ କରୋନା : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୧୩ /୭ : ଚିନ୍ତା ବଢ଼ାଉଛି କରୋନା । ଗତ ଚାରି ମାସ ହେବ ଏହି କରୋନା ଭାଇରସ୍‌ ଆମ ଦେଶରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ କରୋନା ପଜିଟିଭ୍‌ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍‌ କରି ସାରିଲାଣି । କେବେ କରୋନା ଶୂନ୍ୟ ହେବ ଭାରତ? ଏହିପରି ପ୍ରଶ୍ନବାଚୀ ଏବେ ଅନେକଙ୍କ ଭିତରେ ସୃଷ୍ଟି ହୋଇଛି।

ଏକ ସର୍ଭେରୁ ଜ‌ାଣିବାକୁ ମିଳିଛି ଯେ, କରୋନା ଭାଇରସ୍‌ ବର୍ତ୍ତମାନ ଭାରତରେ ପୂରା ସକ୍ରିୟ ରହିଛି। ମାତ୍ର ଅକ୍ଟୋବର ବେଳକୁ ଭାରତରେ ଏହି ଭାଇରସ୍‌ର ପ୍ରକୋପ କମିବ। ଅକ୍ଟୋବର ବେଳକୁ ଭାରତରେ କରୋନା ଭାଇରସ୍‌ର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାରରୁ କମ୍‌ ଥିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ପୂରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨.୫ ମିଲିୟନ୍‌ ରହିଥିବା ବେଳେ ସୁସ୍ଥ ହେଲେଣି ୬.୮୯ ମିଲିୟନ୍‌। ୫୬୦ ହଜାର ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରିି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୫୦ ଲକ୍ଷ ହୋଇଥିବା ବେଳେ ସୁସ୍ଥ ହେଲେଣି ୫.୩୫ ଲକ୍ଷ । ୨୨ ହଜାର ୬୭୪ ଜଣଙ୍କର ମୃତ୍ୟୁ ଘଟିଛି।