ମହିଷାସୁର ବେଶରେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ପୂଜା ମଣ୍ଡପରେ ହେଲେ ବଦ୍ଧ !

ନୂଆଦିଲ୍ଲୀ, ୨୩/୧୦ : କୋଲକତା ପୂଜା ମଣ୍ଡପରେ ବଦ୍ଧ ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ପଶ୍ଚିମବଙ୍ଗର ମୁର୍ସିଦାବାଦର ଏକ ପୁଜା ମଣ୍ଡପରେ ଏଥର ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ମୁଣ୍ଡ ଲଗାଇନ୍ତି ଯେଉଁଥିରେ ମାତା ଦୁର୍ଗା ବିନାଶ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ବହରାମପୁର ସ୍ୱର୍ଗଧାମ ସେବକ ଚଳିତ ବର୍ଷର ମୂର୍ତ୍ତିର ବିଷୟବସ୍ତୁ ଭାବରେ ଜିନ୍‌ପିଙ୍ଗ୍‌ଙ୍କୁ ଗୋଟିଏ ରାକ୍ଷାସ ରୁପରେ ଦର୍ଶାଈଛନ୍ତି । ଯେଉଁଠାରେ ଦୁର୍ଗାଙ୍କ ବାହାନ ସିଂହ ରାକ୍ଷାସ ବେକକୁ କାଟି ସେହି ଭୂମିରେ ପକାଇ ଦୁଷ୍ଟ ଶକ୍ତିକୁ ନଷ୍ଟ କରିଦେଉଛି । ତେବେ କମିଟି ପକ୍ଷରୁ ସଞ୍ଜୟ ଚନ୍ଦ୍ର କହିଛନ୍ତି ଯେ ସେ ଏଭଳି କୌଣସି ବିଷୟରେ ଚିନ୍ତା କରିନାହାଁନ୍ତି। ମନ୍ଦ ଶକ୍ତି ନଷ୍ଟ କରିବା ପାଇଁ କଳାକାର ଏକ କାଳ୍ପନିକ ଚରିତ୍ରର ରାକ୍ଷାସ ସୃଷ୍ଟି କରିଛନ୍ତି ।