ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଚାବିକାଠି ହେଉଛି ଯୋଗ । ଯୋଗ ଶାରୀରିକ ଓ ମାନସିକକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୁଏ ବୋଲି ସ୍ଥାନୀୟ ବିଦ୍ୟାଷ୍ଟଡି ପଏଂଟ ଠାରେ ଆୟୋଜିତ ଆର୍ନ୍ତଜାତିକ ଯୋଗ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଅତିଥି ମାନେ ନିଜ ବକ୍ତ୍ୟବରେ କହିଥିଲେ ଯେ, ଯୋଗ ମାଧ୍ୟମରେ ଚରିତ୍ର ନିର୍ମାଣ, ଦେଶପାଇଁ ତ୍ୟାଗ ଓ ସଂସ୍କୃତିକୁ ବଂଚାଇବାର ପ୍ରୟାସ ଅଭିନନ୍ଦନୀୟ ବୋଲି ମତ ରଖିଥିଲେ । ସ୍ୱାସ୍ଥ୍ୟର ସୁରକ୍ଷା ଓ ସମାଜରୁ କୁସଂସ୍କାର ଦୂରେଇବା କ୍ଷେତ୍ରରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅତି ପ୍ରାଚୀନ କାଳରୁ ଯୋଗ ଭାରତବର୍ଷର ସଂସ୍କୃତି, ସ୍ଥାପତ୍ୟ ଓ କଳା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏଣୁ ଯୋଗକୁ ଆପଣାଇ ପାରିଲେ ବ୍ୟକ୍ତିଗତ ସହ ସମାଜର ଉନ୍ନତି ସାଧିତ ହୋଇ ପାରିବ ।