ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଯୋଗଗୁରୁ ରାମଦେବଙ୍କ ପରାମର୍ଶ, ନିଶା ଛାଡ, ଯୋଗରେ ମନ ଦିଅ

ମୁମ୍ବାଇ : ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଚର୍ଚ୍ଚାରେ ରହିଛି। ଏହି କ୍ରମରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଯୋଗ ଗୁରୁ ବାବା ରାମଦେବ ପରାମର୍ଶ ଦେଇଛନ୍ତି। ସୂତ୍ର ଅନୁସାରେ ନିଶା ଛାଡ଼ିବାର ଉପାୟ ସେ ଏକ ନ୍ୟୁଜ ଚାନେଲକୁ ଜଣାଇଛନ୍ତି। ସେ ବଲିଉଡ ଡ୍ରଗ୍ସ ମାମଲାରେ ସାମିଲ ଥିବା କଳାକାରଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ବାବା ରାମଦେବ କହିଛନ୍ତି- ବଳିଉଡ ସୁନ୍ଦରୀ ସାରା ଅଲୀ ଖାନ, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କୁ ସକାଳେ ଓଲଟା ଲଟକାଇ ଦିଅ। କିନ୍ତୁ ଫାଶିରେ ଝୁଲାଅ ନାହିଁ। ନିଜ ଦେଶର ଏମାନେ ପିଲା, କିଛି ତ ଏମାନଙ୍କ ଉପରେ ଦୟା ଦେଖାଅ। ସକାଳୁ ସକାଳୁ ଏମାନଙ୍କୁ ଓଲଟା ଲଟକାଇ ଶୀର୍ଷାସନ କରାଯାଉ। ସକାଳୁ ସକାଳୁ ଏହି ଯୋଗ କଲେ ସେମାନଙ୍କ ନିଶା ଅଭ୍ୟାସ ଛାଏଁ ଛାଡିଯିବ। ଏଣୁ ଯୋଗରେ ମନ ଦେବା ଏମାନଙ୍କ ପାଇଁ ଜରୁରୀ।

ସେ ଆହୁରି କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ଅଧିକାଂଶ କଳାକାରଙ୍କୁ ସେ ଯୋଗ ଶିଖାଇଛନ୍ତି। ମାତ୍ର ଏମାନେ ସେଲିବ୍ରେସନ ପାଇଁ ଯୋଗ କରନ୍ତି। କେବଳ ହେମା ମାଳିନୀ ନିତିଦିନ ଯୋଗ, ଅଧ ଘଂଟା କପାଳଭାର୍ତି ଓ ଅନୁଲୋମ ବିଲୋମ କରନ୍ତି। ସେ କିଛି ନିଶା ନିଅନ୍ତି ନାହିଁ। ଅମିତାଭ ବଚ୍ଚନକୁ ଯୋଗ ଶିଖାଇ ଥିବା ବାବା ରାମଦେବ କହିଛନ୍ତି।