ମାନସିକ ଚାପ ହ୍ରାସ କରେ ଯୋଗ

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଯତ୍ନ ନେବାକୁ ଭୁଲିଯାଉଛେ। ଏହା ଦ୍ୱାରା ଆମେ ଅନେକ ରୋଗର ଶିକାର ହେଉଛେ। ଶରୀରରେ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ତା’ସହ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ମଧ୍ୟ ଶକ୍ତ ହୋଇଥାଏ। ନିୟମିତ ଯୋଗ କଲେ ରକ୍ତଚାପ ସନ୍ତୁଳିତ ରହିଥାଏ। ଅନେକ ସମୟରେ ମାନସିକ ଚାପ ଆମ ପାଇଁ ସମସ୍ୟା ସାଜିଥାଏ। ଯୋଗ ଦ୍ୱାରା ଏଥିରୁ କେତେକାଂଶରେ ରକ୍ଷା ମିଳିଥାଏ। ସବୁବେଳେ ଯୋଗ କଲେ ଭଲ ନିଦ ହୁଏ। ଏହାର ଆଉ ଏକ ଉପକାରୀ ଗୁଣ ରହିଛି। ଯୋଗ କରିବା ଦ୍ୱାରା ସ୍ମରଣ ଶକ୍ତି ପ୍ରଖର ରହିଥାଏ। ତେଣୁ ନିଜର ଦୈନନ୍ଦିନ ଜୀବନଶୈଳୀରେ ଯୋଗ ସାମିଲ କରିବା ଦରକାର।

 

SBI_Festive_Digital Billboard