‘ମୁଡ୍‌ ଅଫ୍‌ ଦ ନେଶନ’ ସର୍ଭେ : ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ନବୀନ ୬ ନମ୍ବରରେ

ନୂଆଦିଲ୍ଲୀ: ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୧୯ ରାଜ୍ୟକୁ ନେଇ କରାଯାଇଥିବା ସର୍ଭେ ‘ମୁଡ୍‌ ଅଫ୍‌ ଦ ନେଶନ’ର ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ତାଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ୩ୟ ସ୍ଥାନରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନମୋହନ ରେଡ୍ଡୀ।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ବିଚାରଧାରାକୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେ ରିପୋର୍ଟ ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କୁ ୨୪ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଏହାବ୍ୟତୀତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ସ୍ଥାନରେ ରହିଛନ୍ତି। ତାଙ୍କୁ ୬ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି।

ସର୍ଭେରେ ମୋଟ ୧୨ ହଜାର ୨୧ ଜଣ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଗ୍ରାମାଞ୍ଚଳର ହୋଇଥିବାବେଳେ ସହରାଞ୍ଚଳର ୩୩% ଥିଲେ। ଜୁଲାଇ ୧୫ରୁ ୨୭ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।