ନକଲି ଶିକ୍ଷକଙ୍କ ଠାରୁ ୯୦୦ କୋଟି ଟଙ୍କା ଆଦାୟ କରିବେ ଯୋଗୀ ସରକାର

ଲଖନଉ, ୩/୭ : ଉତ୍ତର ପ୍ରଦେଶ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ୧୪୨୭ ଶିକ୍ଷକଙ୍କ ଠାରୁ ରାଜ୍ୟ ସରକାର ୯୦୦ କୋଟି ଟଙ୍କା ଆଦାୟ କରିବେ । ସରକାର ସଂପୃକ୍ତ ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ।

ଅନାମିକା ଶୁକ୍ଲା ୨୪ଟି ଜିଲ୍ଲାରେ ଶିକ୍ଷକ ଦର୍ଶାଇ ଦରମା ନେଇଛନ୍ତି । ସେହିପରି ରାଜ୍ୟରେ ମୋଟ ୧୪୨୭ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଏଥିରେ ୯୩୦ ଜଣଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ଅପରପକ୍ଷେ ୪୯୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବେସିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶିକ୍ଷା ଅଧିକାରୀଙ୍କୁ ନକଲି ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେ ସଂପର୍କରେ ତଥ୍ୟ ମାଗିଛନ୍ତି ।