ଭୁବନେଶ୍ୱର, ୧୧/୦୪ : ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା । ବଲାଙ୍ଗିର ଜିଲ୍ଲା ସରଗାଡ଼ ଗାଁରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଅରୁଣ ସାଏ ପଟେଲ l ନିଶାଶକ୍ତ ଅବସ୍ଥାରେ ଗାଁର ଦୁଇ ଜଣ ଯୁବକଙ୍କ ସହ ବଚସା ହୋଇଥିଲା । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କାହିଁକି ଯୁବକଙ୍କୁ ପିଟିପିଟି ହତ୍ୟା କଲେ ତାହା ଜଣା ପଡ଼ିନାହି । ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । ଅଟକ ଦୁଇ ଅଭିଯୁକ୍ତ ପ୍ରେମl ପ୍ରଧାନ ଓ ପ୍ରଶାଦୁ ପ୍ରଧାନ । ଉଭୟ ବାପ ପୁଅ ପିଟି ପିଟି ଅରୁଣ ସାଏ ପଟେଲକୁ ହତ୍ୟା କରିଛନ୍ତି ।