ଭୁବନେଶ୍ୱର, ୨୮/୦୩ : ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ପୁରୀ ଜିଲ୍ଲା ପେଣ୍ଠକଟା ଧୋବାଖାଲଠାରେ ଜନଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ବଡଶଙ୍ଖ ଅଞ୍ଚଳର ତପୁ ନାୟକ। ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଏ ଓ କାହିଁକି ହତ୍ୟା କଲା ଜଣାପଡିନାହିଁ । ମୃତଦେହକୁ ଜବତ କରି ତଦନ୍ତ କରୁଛି ସମୁଦ୍ରକୂଳ ଥାନା ପୋଲିସ ।