ଅଜବ ଧରଣର ଇଗ୍‌ଲୁ

0

ଶୀତ ଦିନ ଆସିଗଲେ ପର୍ଯ୍ୟଟନ ସ୍ଥାନମାନଙ୍କରେ ଗହଳଚହଳ ଦେଖିବାକୁ ମିଳେ । ଯଦି କିଏ ବରଫର ମଜା ନେବାକୁ ଚାହାନ୍ତି ତ କୁଲ୍ଲì, ମନାଲୀ, କାଶ୍ମୀର ଆଦି ସ୍ଥାନକୁ ବୁଲିବାକୁ ଯାନ୍ତି । ବିଦେଶରେ ମଧ୍ୟ ଏତାଦୃଶ ପରିସ୍ଥିତି ଉପଭୋଗ କରିହେବ । କାନାଡାରୁ ଆରମ୍ଭ କରି ସୁଇଜରଲ୍ୟାଣ୍ଡ, ସ୍ୱିଡେନ୍‌, ସାଇବେରିଆ ଆଦି ଅଞ୍ଚଳରେ ବରଫ ପଡ଼େ । ସେଠାରେ ବରଫର ମଜା ନେବା ସହିତ ଇଗ୍‌ଲୁରେ ରହିବାର ମଜା ମଧ୍ୟ ଉଠାଇପାରିବେ । ଏହି ଫଟୋକୁ ଟିକେ ଦେଖିଲେ, ଏହି ଦୃଶ୍ୟ ଅଲ୍‌ପେଣ୍ଠୁର ହୋଟେଲର । ଯାହା ଅଷ୍ଟ୍ରିୟାର ହାଚବ୍ରିକେ ୍ୱନ୍‌ ସ୍ଥିତ ଅଲ୍‌ପେଣ୍ଠୁ ଗାଁରେ ଅବସ୍ଥିତ । ସେହି ହୋଟେଲ ମଧ୍ୟରେ ଥିବା ଘରଗୁଡ଼ିକ ଯେ, କେବଳ ବରଫ ତାହା ନୁହେଁ । ଶୋଇବା ପାଇଁ ବେଡ଼, ଡାଇନିଂ ଟେବୁଲ୍‌ ସବୁ ବରଫର । ସେଠାରେ ଥିବା ଚର୍ଚ୍ଚ ମଧ୍ୟ ବରଫର ।

Leave A Reply

Your email address will not be published.