ଅଟା ବାଦାମ ଲଡ଼ୁ

0

ସାମଗ୍ରୀ- ଅଟା-୨୫୦, ପିସ୍ତା ବାଦାମ-୨୫୦ଗ୍ରାମ, ଚିନିଗୁଣ୍ଡ-୧୫୦ଗ୍ରାମ, ଘିଅ-୨୦୦ଗ୍ରାମ, ଗୁଜୁରାତି ଗୁଣ୍ଡ-୪ଚାମଚ ।
ପ୍ରଣାଳୀ- ପ୍ୟାନରେ ଦୁଇଚାମଚ ଘିଅ ଗରିମ କରି ସେଥିରେ ପିସ୍ତା ବାଦମ ଗୁଡ଼ିକୁ ଭାଜିଦେବେ । ପ୍ୟାନରୁ ବାଦାମ କାଢି ଗ୍ରାଇଣ୍ଡର ସାହାଯ୍ୟରେ ବାଦାମକୁ ଚୂନା କରିଦେବେ । ଏହାପରେ ପ୍ୟାନର ୪ଚାମଚ ଘିଅ ପକାଇ ସେଥିରେ ଅଟାକୁ ୮ରୁ ୧୦ମିନିଟ ପର୍ଯ୍ୟନ୍ତ ଭାଜିବେ ଅଟା ଭାଜି ହୋଇଗଲାପରେ ସେଥିରେ ପିସ୍ତାବାଦାମ ଗୁଣ୍ଡ, ଗୁଜୁରାତି ଗୁଣ୍ଡ, ଗୁଣ୍ଡଚିନି ଓ ୩ଚାମଚ ତରଳଘିଅ ପକାଇ ଭଲଭାବେ ହାତରେ ଗୋଳାଇଦେବେ । ସବୁ ସାମଗ୍ରୀ ଭଲଭାବେ ମିଶି ଗଲାପରେ ସେଗୁଡ଼ିକୁ ଲଡ଼ୁର ଆକାର ଦେଇ ଗୋଟିଏ ପ୍ଲେଟରେ ସଜାଡ଼ି ରଖିବେ। ଥଣ୍ଡା ହେବାପରେ ଏହି ଅଟା ଲଡ଼ୁକୁ ଖାଇ ଏହାର ମଜା ନେବେ ।

Leave A Reply

Your email address will not be published.