ଅଦ୍ଭୁତ ଗଛ

0

ପୃଥିବୀରେ ଏକ ଏପରି ଗାଁ ଅଛି ଯେଉଁଠାରେ ବାସ କରୁଥିବା ମଣିଷ ଠାରୁ ନେଇ ପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ ଅଟ;ି । ଏହି ଗାଁ ଟି ଆପଣମାନଙ୍କୁ ରହସ୍ୟମୟ ଲାଗିପାରେ। ଏମିତି ମଧ୍ୟ ହୋଇପାରେ ଏହାକୁ ଆପଣ ବିଶ୍ୱାସ ନକରି ପାରନ୍ତି। କିନ୍ତୁ ଏହା ସତ୍ୟ ଅଟେ। ଏହି କାରଣରୁ ଏଠାରେ ରହୁଥିବା ପକ୍ଷୀମାନେ ଉଡିପାରନ୍ତି ନାହିଁ। ଯେବେ ବି ଉଡିବା ପାଇଁ ଚେଷ୍ଟା କରନ୍ତି ଗଛସହ ଧMା ହୋଇ ପଡିଯାଆନ୍ତି ।ସେହିପରି ପୁରୁଷମାନଙ୍କର ମଧ୍ୟ ସମାନ ଅବସ୍ଥା। ସେମାନେ ନିଜର ଖାଦ୍ୟ ସଂଗ୍ରହ କରିପାରନ୍ତି ନାହିିଁ । ଏଠାରେ ଲୋକଙ୍କ ଆଖି ତ ଅଛି କିନ୍ତୁ ସେମାନେ ସବୁକିଛି ଦେଖିପାରନ୍ତି ନାହିଁ। ଏହି ଗାଁ ର ଅସ୍ତିତ୍ୱ ଲୋକମାନଙ୍କ ପାଇଁ ଏବେ ରହସ୍ୟମୟ ପାଲଟିଯାଇଛି। ମିଡିଆ ରିପୋର୍ଟ ମୁତାବକ “ଟିଲେଫାପକ’’ ନାମକ ଏହି ଗାଁରେ ଯୋପଟେକ ଜନଜାତି ଲୋକ ବସବାସ କରନ୍ତ । ଶୁଣିବାକୁ ମିଳେ ଏଠାରେ ଜନ୍ମନେଉଥିବା ଶିଶୁ ଜନ୍ମ ସମୟରେ ଠିକ୍‌ ଥାଏ କିନ୍ତୁ କିଛିଦିନ ବିତିଲା ପରେ ସେ ଦୃଷ୍ଟିହୀନ ହୋଇଯାଏ ।“ଟିଲେଫାପକ’’ ନାମକ ଏହି ଗାଁ ଟି ରାସ୍ତାର କଡ଼ରେ ବସତି ସ୍ଥାପନ କରିଛି । ଆପଣ ଯଦି ଏହି ଗାଁର ଚାଳଘର ଗୁଡିକୁ ଦେଖିବେ ଏହାଆପଣଙ୍କୁ ଆହୁରୀ ମଧ୍ୟ ଆଶ୍ଚର୍ଯ୍ୟ କରାଇବ। ଏହି ଗାଁ ର ଗୋଟିଏ ବି ଚାଳଘରେ ଆପଣଙ୍କୁ ଝରକା ଦେଖିବାକୁ ମିଳିବନାହିଁ । ଏହା ପଛରେ କାରଣ ହେଉଛି ଗାଁ ର ଲୋକଙ୍କୁ ଆଲୁଅର ଆବଶ୍ୟକତା ନାହିଁ । ତେବେ ଏହି ଗାଁ ରେ ପାଖାପାଖି ୭୦ଟି ଚାଳଘର ଅଛି । ଏହି ଗାଁ ଟି ସଂପୂର୍ଣ୍ଣ ରହସ୍ୟମୟ ଅଟେ । ଉଦାହରଣ ସ୍ୱରୂପ ଆପଣ ସେମାନଙ୍କର ଖାଦ୍ୟପେୟ କିମ୍ବା ରହିବାଶୈଳୀ ଦେଖନ୍ତୁ । ତେବେ ଏମାନେ ଖାଦ୍ୟରେ ଚାଉଳ, ବାଜରା ଏବଂ ଲଙ୍କା ଖାଇଥାନ୍ତି । ଚାଉଳ ଏବଂ ବାଜରା ଖାଇବା ଏହା କୌଣସି ନୂଆ କଥା ନୁହେଁ କିନ୍ତୁ ଶୁଖିଲା ଲଙ୍କା ଖାଇବା ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।ତେବେ ଏମାନେ ରାତ୍ରୀ ଭୋଜନ କରିସାରିବା ପରେ ମଦ ପିଇଥାନ୍ତି ଏଥିସହ ନାଚଗୀତ କରି ଶୋଇଥାନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ ଏହି ଗାଁ କୁ ଏପରି ଅଭିଶାପ ମିଳିଛି ଯେ ଏଠାରେ ବାସ କରୁଥିବା ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ । ତେବେ ଏହାର କାରଣ ଗାଁର ଲୋକମାନେ ହିଁ ଅଟନ୍ତୁି କାରଣଟି ଶୁଣି ଆପଣଙ୍କୁ ଝଟ୍‌କା ଲାଗିପାରେ । ଗାଁ ର ଲୋକମାନେ ଏହାର କାରଣ ଗୋଟିଏ ଗଛକୁ ମାନନ୍ତି ।

Leave A Reply

Your email address will not be published.