ଭୁବନେଶ୍ୱର, ୨୬/୦୫ : ଜୁନ ୩ରୁ ୫ ତାରିଖ ଯାଏ ତିନି ଦିନ ଧରି ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ । । ଡିଜାଷ୍ଟର ରିସ୍କ ରିଡକ୍ସନ ୱର୍କିଂ ଗ୍ରୁପର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହେବ । BRICS ରାଷ୍ଟ୍ର ସମୂହର ପ୍ରତିନିଧି ଓ ବିଶେଷଜ୍ଞବୃନ୍ଦ ଯୋଗଦେବେ । ଭାରତର ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବ BRICS ସମ୍ମିଳନୀ । ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେବେ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି ଲ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଓଡ଼ିଶାକୁ ଚୟନ କରାଯାଇଛି । ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାର ନାମ ରହିଛି । ଏଥି ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି ।