ଅମ୍ରିତାଙ୍କ ଲେଉଟାଣି

0

ବିବାହ ଫିଲ୍ମର ପୁନମ ଏବେ ପୁଣି ବଡ଼ପରଦାରେ ନଜର ଆସିବେ। ବଲିଉଡ୍‌ର ଜଣାଶୁଣା ଅଭିନତ୍ରୀ ଅମ୍ରିତା ରାଓ ଏଗେନ୍‌ ଏଣ୍ଟ୍ରି ମାରିଛନ୍ତି ବଲିଉଡ୍‌ରେ । ବାଲ୍‌ ଠାକରେଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ଚଳଚ୍ଚିତ୍ର ଜରିଆରେ ଅମ୍ରିତା ପ୍ରବେଶ କରିଛନ୍ତି ପୁଣି ସିନେ-ଜଗତରେ । ଠାକରେଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ନୱାଜୁଦ୍ଦୀନ୍‌ ସିଦ୍ଦୀକୀ । ନୱାଜୁଦ୍ଦୀନ୍‌ଙ୍କ କହିବା ଅନୁସାରେ ଏହି ଫିଲ୍ମରେ ଅମ୍ରିତାଙ୍କ ଅଭିନୟରେ ଦର୍ଶକ ମନ୍ତ୍ରମୁU ହୋଇଯିବେ । କାରଣ ତାଙ୍କର ଅଭିନୟ ବିଷୟରେ ତ ଦର୍ଶକ ପୂର୍ବରୁ ଅବଗତ କିନ୍ତୁ ଠାକରେଙ୍କ ଫିଲ୍ମରେ ଅମି୍ରତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକ ଅକ୍ତିଆର କରିନେବ । ଅମ୍ରିତା ବାଲ୍‌ ଠାକରେଙ୍କ ପନିୀ ମୀତା ଠାକରଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ମୀତା ଠାକରେଙ୍କ ଉପସ୍ଥିତି ବାଲ୍‌ ଠାକରେଙ୍କ ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ମହତ୍ୱ ରଖୁଥିଲା । ଫିଲ୍ମର ଡବିଂ କାର୍ଯ୍ୟ ଚାଲିଥିବାବେଳେ ଗୋଟିଏ ସିନ୍‌ ନୱାଜୁଦ୍ଦୀନଙ୍କ ଆଖି ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ସେ ଅମ୍ରିତାଙ୍କୁ ପ୍ରଶଂସା ନ କରି ରହିପରିନଥିଲେ । ସିନ୍‌ଟି ଥିଲା ମୀତା ଠାକରେ (ଅମ୍ରିତା)ଙ୍କ ନିକଟକୁ ଜେଲ୍‌ରୁ ବାଲ୍‌ ଠାକରେଙ୍କର ଆସିଥିବା ଚିଠିକୁ ପଢିବାର । ଯାହାକୁ ଦେଖି ନୱାଜୁଦ୍ଦୀନ ଭାବୁକ ହୋଇପଡିଥିଲେ । ତେବେ ଠାକରେଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମକୁ ଅଭିଜିତ୍‌ ପାନସେ ନିର୍ଦ୍ଦେଶନା ଦେଇଥିବାବେଳେ ଚଳିତମାସ ୨୫ ତାରିଖରେ ଫିଲ୍ମଟି ପ୍ରେକ୍ଷାଳୟରେ ପହଁଞ୍ଚିବ ।

Leave A Reply

Your email address will not be published.