ଅଶୋକ ଗେହଲଟ୍ ଓ ସଚିନ୍‌ ପାଇଲଟ ଉଭୟେ ଲଢ଼ିବେ ରାଜସ୍ଥାନ ବିଧାନସଭା ନିର୍ବାଚନ

0

ନୂଆଦିଲ୍ଲୀ,୧୫/୧୧: ରାଜସ୍ଥାନରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଶେଷରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍‌ ପାଇଲଟ ଉଭୟେ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ‘ମୁଁ ଏବଂ ସଚିନ୍‌ ପାଇଲଟ୍‌ ଉଭୟେ ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଲଢ଼ିବୁ’, ବୋଲି ଆଜି ଅପରାହ୍ଣରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ।

ଅନ୍ୟ ପକ୍ଷରେ ଏହି ସାମ୍ବାଦିକ ସମ୍ମିଳନୀରେ ସଚିନ୍‌ ପାଇଲଟ କହିଛନ୍ତି, ‘କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଓ ଗେହଲଟଜୀଙ୍କ ଅନୁରୋଧ କ୍ରମେ ମୁଁ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି।’ ସଚିନ୍‌ ପାଇଲଟ ରାଜସ୍ଥାନରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଥାଇ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ବରିଷ୍ଠ ନେତା ଅଶୋକ ଗେହଲଟ୍ ପୂର୍ବରୁ ରାଜ୍ୟରେ ଦୁଇଦୁଇ ଥର କଂଗ୍ରେସ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି।

SBI AD
Leave A Reply

Your email address will not be published.