ନୂଆଦିଲ୍ଲୀ, ୧୮/୧୨ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ବ୍ୟତିତ ନିଜ ବ୍ୟବହାରକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ତଳେ ବିରାଟ ଜଣେ ଫ୍ୟାନଙ୍କୁ ଭାରତ ଛାଡିବାକୁ କହି ଟ୍ରୋଲ ହୋଇଥିଲେ । କୋହଲିଙ୍କ ଏହି ବ୍ୟବହାର ପାଇଁ ଲୋକଙ୍କଠାରୁ ଅନେକ ନକାରାତ୍ମକ ପ୍ରତିକ୍ରିୟା ମିଳିଥିଲା । ତେବେ ବର୍ତ୍ତମାନ କୋହଲିଙ୍କ ବ୍ୟବହାରକୁ ନେଇ ଟିªଣୀ ରଖିଛନ୍ତି ବଲିଉଡ ଅଭିନେତା ନାସିରୁଦ୍ଦୀନ ଶାହ ।
ନାସିରୁଦ୍ଦୀନ ବିରାଟଙ୍କୁ ନେଇ ଶୋସାଲ ମିଡିଆରେ ଲେଖିଛନ୍ତି କି, ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀ ନା କେବଳ ଦୁନିଆର ଶ୍ରେଷ୍ଠ ବ୍ୟାଟସ ମ୍ୟାନ ବରଂ ସେ ଦୁନିଆର ସବୁଠୁ ଖରାପ ବ୍ୟବହାର କରୁଥିବା ଖେଳାଳି ମଧ୍ୟ ଛ ତାଙ୍କର ଏହି ଅହଙ୍କାର ଏବଂ ଖରାପ ବ୍ୟବହାର କାରଣରୁ ତାଙ୍କ ଖେଳିବାର କ୍ଷମତା ଫିକା ପଡିଯାଏ । ତେବେ ନାସିରୁଦ୍ଦିନଙ୍କ ଏହି ପୋଷ୍ଟରେ ତାଙ୍କୁ ମିଶ୍ରିତ ପ୍ରତିକ୍ରିୟା ମିଳୁଛି । କିଛି ଲୋକ ଶାହଙ୍କ ଏହି ଟିªଣୀରେ ସହମତ ପ୍ରକାଶ କରିଛନ୍ତି ତ ଆଉ କିଛି ଲୋକ ଅସନ୍ତୋଷ ପ୍ରକଟ କରିଛନ୍ତି ।
Prev Post