ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !

0

ଭୁବନେଶ୍ବର,୨୯/୧୧: ଆସନ୍ତାକାଲି ବିଜେପି ଛାଡ଼ିପାରନ୍ତି ରାଉରକେଲା ବିଧାୟକ ଦିଲୀପ ରାୟ । ବିଧାୟକ ପଦ ସହ ବିଜେପିର ହାତ ଛାଡ଼ିବାକୁ ଦିଲୀପ ନିଷ୍ପତ୍ତି ନେଇଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସେହିପରି ଦିଲୀପଙ୍କ ସହ ଦଳରୁ ଇସ୍ତଫା ଦେଇପାରନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଗତକିଛି ଦିନ ତଳେ ଏ ନେଇ ଦିଲୀପ ଦେଇଥିବା ବୟାନ ଏବଂ ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ ବିଜୟ।

ଶୁକ୍ରବାର ଦିଲୀପ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରି ବିଧିବଦ୍ଧଭାବେ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି । ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାର୍ଯ୍ୟରେ ବିଳମ୍ବ ହେବାନେଇ ଗତ କିଛିଦିନ ତଳେ ଅସନ୍ତୋଷ ପ୍ରକାଶ କରିଥଲେ ଦିଲୀପ ଏବଂ ଚଳିତମାସ ଶେଷ ସୁଦ୍ଧା ବିଜେପି ଛାଡ଼ିବା ନେଇ ଇସାରା ଦେଇଥିଲେ ଦିଲୀପ ।

ଏହି ଦୁଇ ତୁଙ୍ଗ ନେତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ନିକଟକୁ ମଧ୍ୟ ଇସ୍ତଫା ପତ୍ର ପଠାଇବେ ବୋଲି ଜଣାପଡ଼ିଛି । ଦଳର ପରିଚାଳନା ଏବଂ କିଛି ନେତାଙ୍କ କାର୍ଯ୍ୟନୀତିକୁ ବିରୋଧ କରି ବିଜେପି ମୁଖିଆଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବେ। ଏହି ଦୁଇ ହେଭିୱେଟ୍ ନେତା ଦଳରେ କୋଣଠେସା ହୋଇପଡ଼ିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.