ଆଇଆରସିଟିସି ଦୁର୍ନୀତି : ଲାଲୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ

0

ନୂଆଦିଲ୍ଲୀ, ୨୦/୧୨ : ଆଇଆରସିଟିସି (ଇଣ୍ଡିଆନ୍‌ ରେଲ୍‌େୱ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜିମ୍‌ କର୍ପୋରେସନ୍‌) ଦୁର୍ନୀତି ମାମଲାରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି ମିଳିଛ । ଦିଲ୍ଲୀସ୍ଥିତ ପଟିଆଲା ହାଉସ କୋର୍ଟ ଦ୍ୱାରା ଶୁକ୍ରବାର ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି । ସମ୍ପ୍ରତି ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଦାଲତରେ ହାଜର ହୋଇଥିଲେ । ତେବେ ଶୁଣାଣି ସମୟରେ ଏହି ମାମଲାର ଅନ୍ୟ ଆରୋପି ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବେଡି ଦେବି ଏବଂ ତେଜସ୍ୱୀ ଯାଦବ କୋର୍ଟରେ ଉପସ୍ଥିତ ଥିଲେ । ତେବେ ସିବିଆଇ ଫାଇଲ୍‌ କରିଥିବା ମାମଲାର ଶୁଣାଣି ନିମନ୍ତେ ଜାନୁଆରି ୨୦୧୯ ଯାଏଁ ଅଦାଲତ ଏହି ମାମଲାର ଶୁଣାଣି ବନ୍ଦ ରଖିଛନ୍ତି । ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ପୁରୀ ଏବଂ ରାଞ୍ଚିସ୍ଥିତ ଆଇଆରସିଟିସିର ୨ ଟି ହୋଟେଲର ସବ-ଲିଜ ସୁଜାତଉା ହୋଟେଲ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିଲା । ତେବେ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆଦେଶକ୍ରମେ ଆଇଆରସିଟିସି ଅଧିକାରୀମାନେ ଏଥିରେ ନିଜ ପଦର ଦୂରୁପୋଯୋଗ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.