ଭୁବନେଶ୍ୱର, ୧୨/୧୨: ସାଧାରଣ ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ଉପହାର ଭେଟି ଦେଲେ ରାଜ୍ୟ ସରକାର। ଆଉ ପାଞ୍ଚ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ମଧୁବାବୁ ପେନସନ ଯୋଜନାରେ ସାମିଲ ହେବେ ହିତାଧିକାରୀ । ଆସନ୍ତା ୧୫ ତାରିଖ ଠାରୁ ଏହା କାର୍ଯ୍ୟକାରୀ ହେବ ।
ସଚିବାଳୟରେ ପିଠା ଯୋଜନାର ସମୀକ୍ଷା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନସିଂ ଯୋଗେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କୁ ପ୍ରତି ମାସର ୧୫ରୁ ୨୦ ତାରିଖ ମଧ୍ୟରେ କ୍ୟାମ୍ପ୍ କରାଯାଇ ଭତା ଦିଆଯିବ । ପ୍ରତି ମାସରେ ୩୦୦ ଓ ୫୦୦ ଟଙ୍କା ପ୍ରଦାନ କରାଯିବ। ଏହି ନିଷ୍ପତି ଦ୍ୱାରା ରାଜ୍ୟରେ ସମୁଦାୟ ୪୮ ଲକ୍ଷ ଲୋକ ଉପକୃତ ହେବେ । ସେହିପରି ମୁଖ୍ୟମନ୍ତ୍ରୀ କଳାକାର ଭତା ଯୋଜନାରେ ଆଉ ୪୦ ହଜାର ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି । କଳାକାରଙ୍କୁ ଡିସେମ୍ବର ୧୫ ତାରିଖରୁ ମାସିକ ୧୨୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ।
ତେବେ ଏଥିରେ ନିର୍ବଚନୀ ଗନ୍ଧ ବାରିଛନ୍ତି ବିରୋଧୀ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରଜ୍ୟ ସରକାର ବୟସ୍କ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ଘୋଷଣା କରିଥିବା ବିରୋଧି ଅଭିଯୋଗ କରିଛନ୍ତି।