ଭୁବନେଶ୍ୱର, ୨୨/୦୬ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ଫାର୍ମ ହାଉସରେ ପଶି ବନ୍ଧୁକ ଦେଖାଇ ସୁନା ଅଳଙ୍କାର, ନଗଦ ଟଙ୍କା ଓ ମୋବାଇଲ ଫୋନ ଲୁଟ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଲୁଟ ସାମଗ୍ରୀ ସହ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଏବଂ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି । ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସର ତଲାସି ଜାରି ରହିଛି ।