ଶରୀରରେ ପ୍ରବାହିତ ରକ୍ତ ଅନେକ ଉପାଦାନରେ ଗଢ଼ା । ରକ୍ତରେ ଲୋହିତ ରକ୍ତ କଣିକାର ପରିମାଣ କମିଗଲେ କୁହାଯାଏ ଯେ ରୋଗୀକୁ ଆନିମିଆ ହୋଇଛି । ଆନିମିଆ ରୋଗୀଙ୍କ ଶରୀରରେ ରକ୍ତର ପରିମାଣ ଆବଶ୍ୟକତା ଅନୁସାରେ କମ୍ ଥାଏ । ତେବେ ଏ ରୋଗ ସାଧାରଣଭାବେ ମହିଳା ବା ଯୁବତୀମାନଙ୍କଠାରେ ଦେଖାାଯାଏ । ମହିଳାମାନେ ଗର୍ଭବତୀ ଥିବାବେଳେ ଓ ଝିଅମାନଙ୍କର ଋତୁସ୍ରାବ ସମୟରେ ଆନିମିଆ ହେବାର ଆଶଙ୍କା ଥାଏ । ତେବେ ଚାଲନ୍ତୁ ଜାଣିବା ଡାକ୍ତରଙ୍କ କଥା ମାନିବା ସହ ଆମେ ଘରେ କିପରି ଏ ରୋଗର ନିରାକରଣ କରିବାରିବା!
ଖାଦ୍ୟରେ ଆଇରନ୍ର ମାତ୍ର କମିଯିବା ଫଳରେ ରକ୍ତରେ ଆର୍ବିସିର ପରିମାଣ ମଧ୍ୟ କମିଯାଏ ଯାହା ଫଳରେ ଆନିମିଆ ହେବାର ଆଶଙ୍କା ଦେଖାଯାଏ । ଗ୍ରୀନ୍ ଭେଜିଟେବୁଲ୍ସରେ ଆଇରନ୍ର ପରିମାଣ ଅଧିକ ଥାଏ ତେବେ ଯେଉଁ ମହିଳା ମାନଙ୍କୁ ଆନିମିଆ ହେବାର ଆଶଙ୍କା ରହିଛି ସେମାନେ ପ୍ରଚୁର ପରିମାଣର ପନିପରିବାର ସେବନ କରିବା ଆବଶ୍ୟକ ।
କେବଳ ପରିବା ନୁହେଁ କ୍ଷୀର ଓ ଫଳରେ ମଧ୍ୟ ଆଇରନ୍ର ପରିମାଣ ଅଧିକ ରହିଥାଏ ଯାହା ଆପଣଙ୍କ ଶରୀରରେ ଲୋହିତ ରକ୍ତ କୋଷିକାର କରିମାଣକୁ ବଢ଼ାଇବାରେ ସାହାଯ୍ୟ କରେ ।
ଯେଉଁ ମହିଳା ମାନଙ୍କର ଋତୁସ୍ରାବ ସମୟରେ ଅଧିକ ରକ୍ତ ସ୍ରାବ ହୁଏ ତେବେ ସେମାନଙ୍କ କ୍ଷେତ୍ରରେ ଆନିମିଆ ଦେଖାଯିବା ସାଧାରଣ । ତେବେ ଶରୀରରେ ଆଇରନ୍ର ମାତ୍ର କମିଲେ ରୋଗୀର ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୁଏ ଯେମିତି ସ୍ମରଣଶକ୍ତିରେ ପରିବର୍ତ୍ତନ ସାଙ୍ଗକୁ ଶରୀରିକ ବୃଦ୍ଧିରେ ଅନେକ ଅନୀୟମିତତା ଦେଖାଯାଏ ।
Prev Post
Next Post