ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ୱାଇ.ଏସ୍‌. ଜଗନ ମୋହନ ରେଡ୍ଡି

0

ଭିଜୟଓ୍ବାଡା,୩୦।୫: ଓ୍ବାଏସ୍‌ଆର୍‌ କଂଗ୍ରେସର ମୁଖ୍ୟ ୱାଇ. ଏସ୍‌. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସେ ଶପଥ ଗ୍ରହଣ କରିବାର ମାତ୍ର କେଇ ମିନିଟ୍‌ ମଧ୍ୟରେ ରାଜ୍ୟର ବରିଷ୍ଠ ନାଗରିକଙ୍କୁ ଦେଇଛନ୍ତି ଏକ ବଡ ଉପହାର। ଏଣିକି ରାଜ୍ୟରେ ଥିବା ବରିଷ୍ଠ ନାଗରିକଙ୍କୁ ମାସିକ ୩ହଜାର ଟଙ୍କା ପେନସନ୍‌ ମିଳିବ ବୋଲି ସେ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ରର ବିଭାଜନ ପରେ ସେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ଭିଜୟଓ୍ବାଡାର ଇନ୍ଦିରା ଗାନ୍ଧୀ ମ୍ୟୁନସିପାଲିଟି ଷ୍ଟାଡିୟମରେ ରାଜ୍ୟପାଳ ଇ.ଏସ୍‌.ଏଲ୍‌ ନରସିଂମହା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

Leave A Reply

Your email address will not be published.