ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା

0

ମୁମ୍ବାଇ, ୨୧/୧୧ : ଟେଲିଭିଜନ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ମୁମ୍ବାଇ ପୋଲିସ ପକ୍ଷରୁ ଦୁଷ୍କର୍ମର ମାମଲା ରୁଜୁ କରାଯାଇଛି । ଟେଲିଭିଜନ ଲେଖିକା ବିନ୍ତା ନନ୍ଦା ଆଲୋକନାଥଙ୍କ ବିରୋଧରେ ଏହି ମାମଲା ରୁଜୁ କରିଥିବା ସୁଚନା ମିଳିଛି । ମୁମ୍ବାଇ ପୋଲିସର ଏଡିସନାଲ ସିପି ମନୋଜ ଶର୍ମା କହିଛନ୍ତି କି, ଓସିବାର ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୬ ଅନୁସାରେ ଆଲୋକ ନାଥଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ସୂଚନା ଯୋଗ୍ୟ ଯେ, ମିଠୁ ମୁଭମେଣ୍ଟ ଜରିଆରେ ଟେଲିଭିଜନ ଲେଖିକା ବିନ୍ତା ନନ୍ଦା ଅଭିନେତା ଆଲୋକ ନାଥଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇଥିଲେ । ଏହା ପରେ ଅନ୍ୟ କେତେକ ମହିଳା ଅଭିନେତ୍ରୀ ଆଲୋକଙ୍କ ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ । ତେବେ ଆଲୋକ ନାଥ ସମସ୍ତ ଆରୋପକୁ ମିଥ୍ୟା ବୋଲି କହିଥିଲେ ଏବଂ ବ୍ୟତିତ କିଛି ଦିନ ପୂର୍ବରୁ ସେ ବିନ୍ତା ନନ୍ଦାଙ୍କ ବିରୋଧରେ ମାନହାନୀର ମାମଲା ମଧ୍ୟ ରୁଜୁ କରିଥିଲେ ।

Leave A Reply

Your email address will not be published.