ନୂଆଦିଲ୍ଲୀ, ୧୩/୧୧ : ଉତ୍ତରପ୍ରଦେଶର ଆଲ୍ଲାହାବାଦ ଏବଂ ଫୈଜାବାଦ ବହୁ ପୁରୁଣା ସହର ଭାବେ ଜଣାଶୁଣା । ଆଜି ଏହି ଦୁଇ ସହରର ନାମ ପରିବର୍ତ୍ତନ ଉପରେ କ୍ୟାବିନେଟ୍ ମୋହର ବାଜିଛି । ଆଲ୍ଲାହାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ଏବଂ ଫୈଜାବାଦର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖାଯିବା ପାଇଁ ଆଜି କ୍ୟାବିନେଟରୁ ମଞ୍ଜୁରୀ ମିଳିଛି।