ଆସନ୍ତାକାଲି ରାଜସ୍ଥାନ, ତେଲେଙ୍ଗାନା ବିଧାନସଭା ନିର୍ବାଚନ : ବସୁନ୍ଧରାଙ୍କୁ ଘାରିଛି ପରାଜୟ ଭୟ

0

ନୂଆଦିଲ୍ଲୀ, ୬/୧୨: ଡିସେମ୍ବର ୭ରେ ରାଜସ୍ଥାନ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ। ରାଜସ୍ଥାନର ୨୦୦ ଏବଂ ତେଲେଙ୍ଗାନାର ୧୧୯ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ରାଜସ୍ଥାନରେ ଭାଜପାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ପରାଜୟ ଭୟର ଚିନ୍ତା ଘାରିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ରାଜେଙ୍କ ଭୟକୁ ବୁଝିପାରିଛନ୍ତି ଭାଜପାର କେନ୍ଦ୍ରୀୟ ନେତୃତ୍ୱ। ତେଣୁ ଏଠାରେ ଭାଜପାର ଆଗଧାଡ଼ିର ନେତା ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ଅନେକ ନିର୍ବାଚନ ସଭା। କଂଗ୍ରେସ ପୁଣି ଗଡ଼ ହାତେଇବା ଯୋଜନା ଆଧାରରେ ରାଜସ୍ଥାନକୁ ଅଧିକ ଗୁରୁତ୍ୱ ମଧ୍ୟ ଦେଇଛି। ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲୋଭନୀୟ ଥୋପ ସମ୍ପର୍କରେ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯାଇଛି। ସେହିପରି ତେଲେଙ୍ଗାନାରେ ଉଭୟ କଂଗ୍ରେସ ଓ ଭାଜପା ମେଣ୍ଟ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Leave A Reply

Your email address will not be published.