ଆସନ୍ତା ସପ୍ତାହରେ ନଡ୍ଡା ନେବେ ବିଜେପି ଅଧ୍ୟକ୍ଷ ଦାୟିତ୍ୱ !

0

ନୂଆଦିଲ୍ଲୀ,୧୩/୧: ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆସନ୍ତା ସପ୍ତାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସୋମବାର ହିଁ ଜଣାପଡ଼ିଛି ସେ ନୂଆ ଦାୟିତ୍ୱ ନେବାର ସମସ୍ତ ପ୍ରସ୍ତୁତି ସରିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ଖୁବ୍‌ ଶୀଘ୍ର ସୂଚୀ ଘୋଷଣା ହେବ। ନଡ୍ଡା ଏଥିରେ ନିର୍ବିବାଦୀୟ ଭାବେ ବିଜୟୀ ହେବେ ବୋଲି ଏହି ସୂତ୍ର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଜାନୁଆରୀ ୨୦ରେ ଏନେଇ ପ୍ରାଥମିକ ଘୋଷଣା ହେବାର ଅଛି।

ଗତ ବର୍ଷ ବିଜେପି ଲୋକସଭାରେ ବୃହତ ବିଜୟ ହାସଲ କରିବା ପରେ ଦଳର ବର୍ତ୍ତମାନର ଅଧ୍ୟକ୍ଷ ସ୍ୱରାଷ୍ଟ୍ର ମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି। ଏହାପରେ ଜୁଲାଇରେ ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

୨୦୧୯ ସାଧାରଣ ନିର୍ବାଚନରେ ନଡ୍ଡା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ। ଏଠାରେ ବିଜେପିକୁ କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିଥିଲା। ଏସ୍‌ପି ଏବଂ ବିଏସ୍‌ପି ଏଠାରେ ମହାମେଣ୍ଟ କରିଥିଲେ ଏବଂ କଂଗ୍ରେସ ମଧ୍ୟ ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦାୟିତ୍ୱ ଦେଇଥିଲା। ଏସବୁ ପରେ ମଧ୍ୟ ବିଜେପିକୁ ଉତ୍ତରପ୍ରଦେଶରେ ସଫଳତା ମିଳିଥିଲା। ବିଜେପି ମୋଟ ୮୦ ଆସନରୁ ୬୨ଟିରେ ବିଜୟ ହାସଲ କରିଥିଲା। ନଡ୍ଡା ଗତ ସରକାରରେ ମନ୍ତ୍ରୀ ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଦଳୀୟ ଦାୟିତ୍ୱ ଦିଆଯିବା ସହ ସଂସଦୀୟ କମିଟିରେ ରଖାଯାଇଛି।

SBI AD
Leave A Reply

Your email address will not be published.