ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି

0

ଭୁବନେଶ୍ୱର, ୧୭/୧୨: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି । ଏହି ଗସ୍ତରେ ମୋଦୀ ମୋଟ ୧୫,୪୫୭ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆଇଆଇଟି ଭୁବନେଶ୍ୱରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ସହ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଆଇଜର)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ସେହିପରି ପାଇକ ବିଦ୍ରୋହ ସ୍ମୃତିରେ ମୁଦ୍ରା ତଥା ଡ଼ାକ ଟିକେଟର ଲୋକାର୍ପଣ ଏବଂ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ପାଇକ ଗବେଷଣା ଚେୟାରର ସ୍ଥାପନା କରିବେ। ଯାଜପୁର ଜିଲ୍ଲାର ଲଳିତଗିରି ଠାରେ ନିର୍ମିତ ଭଗବାନ ବୁଦ୍ଧଙ୍କ ଉପରେ ଆଧାରିତ ସଂଗ୍ରହାଳୟର ମଧ୍ୟ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତିତ ପ୍ରଧାନମନ୍ତ୍ରୀ ମୋଦୀ ଦୁଇଟି ଜାତୀୟ ରାଜପଥର ୬ ଲେନକରଣ ଓ ଗୋଟିଏ ରାଜମାର୍ଗର ୪ ଲେନକରଣ ତଥା ଖଣ୍ଡଗିରି ଫ୍ଲାଏ ଓଭରର ଭୂମି ପୂଜନ କରିବେ।

ଇଣ୍ଡିଆନ୍ ଓଏଲର ୧୨୧୨ କିମି ଦୈର୍ଘ୍ୟ ପାରାଦୀପ ହାଇଦ୍ରାବାଦ ପାଇପଲାଇନ ଏବଂ ଗେଲର ୬୬୭ କିମି ଦୈର୍ଘ୍ୟ ବୋକାରୋ – ଅନୁଗୋଳ ପାଇପଲାଇନର ଶିଳାନ୍ୟାସ କରିବା ସହ ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇସି ଡାକ୍ତରଖାନାର ଲୋକାର୍ପଣ କରିବେ।

Leave A Reply

Your email address will not be published.