ଭୁବନେଶ୍ୱର,୨୩/୧: ଆସନ୍ତା ୨୯ ତାରିଖରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ସେ କଟକ ଜିଲ୍ଲା ସାଲେପୁର କୁଲିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ । ପୂର୍ବରୁ ସେ ଜାନୁଆରୀ ୧୮ରେ ଓଡିଶା ଆସିବାର ଥିଲା । କିନ୍ତୁ ସେ ଅସୁସ୍ଥ ଥିବାରୁ ଏହାକୁ ବାତିଲ କରାଯାଇଥିଲା ।
ସୂଚନା ମୁତାବକ, ସ୍ୱାଇନଫ୍ଲୁରେ ଆକ୍ରାନ୍ତ ହୋଇଥିଲେ ଅମିତ ଶାହା । ଫଳରେ ତାଙ୍କର ୧୮ ତାରିଖରେ ସାଲେପୁରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଥିଲା । ତେବେ ଇତି ମଧ୍ୟରେ ସେ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି । ତେଣୁ ଗତ ୧୮ରେ ସ୍ଥଗିତ ଥିବା ଅମିତଙ୍କ କାର୍ଯ୍ୟକ୍ରମ ଆସନ୍ତା ୨୯ରେ ଆୟୋଜିତ ହେବ । ଏନେଇ ବିଜେପି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।