୧୯୯୪ ମସିହାର ତାମିଲ୍ ଫିଲ୍ମ ଇଣ୍ଡିଆନ୍ରେ କାଜଲ ଅଗ୍ରୱାଲ ପ୍ରମୁଖ ଭୂମିକାରେ ନଜର ଆସିଥିିଲେ । ତେବେ କାଜଲ ତାଙ୍କ ଆଗାମୀ ଫିଲ୍ମ ଇଣ୍ଡିଆନ୍ ୨ର ଭୂମିକା ପାଇଁ ଆଗରୁ ପ୍ରସ୍ତୁତ ହୋଇସାରିଛନ୍ତି । କାଜଲ ଆଇଏଏନ୍ଏସ୍କୁ କହିଛନ୍ତି କି ସେ ଇଣ୍ଡିଆନ୍ ୨ର କ୍ୟାରିୟରକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ ଦେଖୁଛନ୍ତି । ଏହାଛଡା ସେ କହିଛନ୍ତି ମୁଁ ଏହି ଫିଲ୍ମର ଅଂଶ ହୋଇଥିବାରୁ ବହୁତ ଖୁସି ଅଛି । ମୁଁ ନିଜର ଭୂମିକା ପାଇଁ ଉସିାହିତ ଅଛି କାରଣ ଏହି ଭୂମିକାରେ ମୋତେ ବହୁତ କିଛି ଶିଖିବାକୁ ମିଳିବ । ତେବେ ଟଲିଉଡ୍ ଫିଲ୍ମ ନିର୍ମାତା ଏସ. ଶଙ୍କର ମଙ୍ଗଳବାର ପଙ୍ଗଲ ଅବସରରେ ତାଙ୍କ ଆଗାମୀ ଫିଲ୍ମ ଇଣ୍ଡିଆନ୍ ୨ର ପ୍ରଥମ ଝଲକ ଜାରି କରିଥିଲେ ଯେଉଁଥିରେ ବହୁ ଅଭିନେତାଙ୍କ ଠାରୁ ଆରମ୍ଭ କରି ରାଜନୀତିଜ୍ଞମାନେ ଉପସ୍ଥିତ ଥିଲେ । ଶଙ୍କର ଏକ ଟ୍ୱିଟ୍ ଜରିୟାରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍ କରିବା ସହ ସମସ୍ତଙ୍କୁ ପଙ୍ଗଲର ଶୁଭକାମନା ଦେଇଥିଲେ । ପୋଷ୍ଟର ମାଧ୍ୟମରେ, ଏହା ଜଣାପଡିଥିଲା ଯେ ଫିଲ୍ମର ସୁଟିଙ୍ଗ ଶୁକ୍ରବାର ଅର୍ଥାତ ୧୮ ଜାନୁୟାରୀ ଆରମ୍ଭ ହେବ । ତେବେ ଫିଲ୍ମ ଇଣ୍ଡିଆନ୍-୨ର ସଂଙ୍ଗୀତ ଭାର ସମ୍ଭାଳିଛନ୍ତି ଅନିରୁଦ୍ଧ ରବିଚନ୍ଦର୍ ।