ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାଜପକ୍ଷେ

0

କଲୋମ୍ବୋ, ୧୫/୧୨: ଶ୍ରୀଲଙ୍କାର ରାଷ୍ଟ୍ରପତ ମୈତ୍ରିପାଲା ସିରିସେନାଙ୍କ ଦ୍ୱାରା ଏକ ବିବାଦୀୟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିବା ମହିନ୍ଦ୍ରା ରାଜପକ୍ଷେ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜପକ୍ଷେଙ୍କ ପ୍ରଧାନମନ୍ତ୍ରୀ ନିଯୁକ୍ତିକୁ ନେଇ ଶ୍ରୀଲଙ୍କାରେ ରାଜନୈତିକ ବିବାଦ ସୃଷ୍ଟି ହେବାରୁ ଉଚ୍ଚତମ ନ୍ୟାୟାଳୟର ୨ଟି ପ୍ରତିକୂଳ ମନ୍ତବ୍ୟ ଦେବାପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣା ପଡିଛି । ରାଜପାକ୍ଷେ ତାଙ୍କ ଦଳ ୟୁନାଇଟେଡ୍‌ ପିପୁଲ୍ସ ଫ୍ରିଡମ ଆଲାଏନ୍ସ( ୟୁପିଏଫଏ)ର ସାଂସଦମାନଙ୍କୁ ସେ ଇସ୍ତଫା ଦେଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ମୈତିଥପାଲା ସିରିସେନା ଏକ ବିବାଦୀୟ ନିଷ୍ପତ୍ତି ନେଇ ଅକେଫାବର ୨୬ ତାରିଖରେ ରାନିଲ ବିକ୍ରମସିନ୍ଧେଙ୍କୁ ବରଖାସ୍ତ କରି ତାଙ୍କ ସ୍ଥାନରେ ରାଜପକ୍ଷେଙ୍କୁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରୁପେ ଦାୟୀତ୍ୱ ଦେଇଥିଲେ । ଏହା ପରେ ଦେଶରେ ସମ୍ବିଧାନିକ ସଙ୍କଟ ଉତ୍ପନ୍ନ ହୋଇଥିଲା । ସିରିସେନାଙ୍କ ଦ୍ୱାରା ସଂସଦ ଭଙ୍ଗ କରିବା ବେଆଇନ ଥିଲା । ତେଣୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବା ମହିନ୍ଦ୍ର ରାଜପକ୍ଷେ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ବିନିଯୋଗ କରି ପାରିବେ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଶୁକ୍ରବାର ରାଜପକ୍ଷେ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ବୈଠକ ହୋଇଥିଲା । ସିରିସେନା ନୂଆ ସରକାର ଗଠନ କରି ପାରିବେ ବୋଲି ଏହି ବୈଠକରେ ରାଜପକ୍ଷେ ଇସ୍ତଫା ଦେବାର ନିଷ୍ପତ୍ତି ନେଇଥିଲେ । ତେବେ ରାଜପକ୍ଷେଙ୍କ ସ୍ଥାନରେ ବିକ୍ରମସିନ୍ଧେ ରବିବାର ପ୍ରଧାନମନ୍ତ୍ରୀ ଭାବରେ ଦାୟୀତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି । ରାଷ୍ଟ୍ରପତି ଏମ ସିରିସେନା ବରଖାସ୍ତ କରିଥିବା ପ୍ରଧାନମନ୍ତ୍ରୀ ବିକ୍ରମସିନ୍ଧେଙ୍କୁ ଦ୍ୱିତୀୟ ଥର ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତି ଏବଂ ବିକ୍ରମସିନ୍ଧେଙ୍କ ମଧ୍ୟରେ ବର୍ତ୍ତାଳାପ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.