ଭୁବନେଶ୍ୱର, ୨୫/୦୫ : ପ୍ରଥମେ ବିଜେଡ଼ିରୁ ଇସ୍ତଫା ଦେବା ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ ସୋମବାର ନୂଆଦିଲ୍ଲୀ ଠାରେ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଦେବାଶିଷ ଆଜି ପ୍ରଥମେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବାର ସେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଦଳ ତାଙ୍କର ଆଉ ସେବା ଆବଶ୍ୟକତା କରୁନଥିବା ସେ ଅନୁଭବ କରିଛନ୍ତି । ଯେଉଁଥିପାଇଁ ସେ ଏଭଳି ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ବିଧାୟକ ଏବଂ ସାଂସଦ କରିଥିବାରୁ ଦେବାଶିଷ ଇସ୍ତଫା ପତ୍ରରେ ଦଳ ଏବଂ ସୁପ୍ରିମୋଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ବିଜୁ ଜନତା ଦଳରୁ ତାଙ୍କୁ ବୁଝାଇବାକୁ ବାରମ୍ବାର ବୁଝା ଯାଇଥିଲା । ମାତ୍ର ଦେବାଶିଷ ନିଜର ଜିଦରେ ଅଟକ ରହିଥିଲେ ବୋଲି କୁହାଯାଉଛି । ତେବେ ରାଜ୍ୟସଭା ପଦରୁ ଦେବାଶିଷଙ୍କ ଇସ୍ତଫା ପରେ ବିଜେପିରେ ଯୋଗ ଦେବାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଦେବାଶିଷ ଖୁବଶୀଘ୍ର ବିଜେପିରେ ମିଶି ପାରନ୍ତି ବୋଲି ଆଲୋଚନା ଆହୁରି ତୀବ୍ର ହୋଇଛି ।