ଉଜ୍ଜଳା ଯୋଜନା ଉତ୍ସବରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲାଭାର୍ଥୀ ମାନଙ୍କ ସହ କଥାବାର୍ତା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

0

ନୂଆଦିଲ୍ଲୀ,୩୧/୧: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢାଇଛି । ଏହି ଯୋଜନା ଫଳରେ ଗରିବ ମା ଭଉଣୀ ମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ୍ ହୋଇଛନ୍ତି । ଉଜ୍ଜଳା ମହିଳା ମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ରାଜ୍ୟରେ ୨୮ଟି ସ୍ଥାନରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଭିଡିଓକନଫରେନସିଂ ମାଧ୍ୟମରେ ୫୦ ହଜାରରୁ ଉର୍ଦ୍ଦ୍ୱ ଲାଭାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମାଆ ଓ ଭଉଣୀ ମାନଙ୍କ ମଧ୍ୟରେ ସୁଖ , ସମୃଦ୍ଧି ସହ ସେମାନଙ୍କ ସମ୍ମାନ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧ ପରିକର । ତାଙ୍କର ପରିକଳ୍ପନାରେ ଆଜି ଦେଶର ୬ କୋଟି ଗରିବ ମା,ଭଉଣୀ ମାନେ ଉଜ୍ଜଳା ଗ୍ୟାସ ପାଇପାରିଛନ୍ତି । ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଁଚିଛି । ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଁଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି । ଆଜି ଦେଶର ରାଷ୍ଟପତି ଲୋକସଭା ଓ ରାଜ୍ୟସଭାର ମିଳିତ ସମ୍ଭାଷଣରେ ଉଜ୍ଜଳା ଗ୍ୟାସର ସଫଳତାକୁ ପ୍ରଂଶସା କରିଛନ୍ତି ।

ସେହିପରି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ଇରାନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି । ଖୁବ କମ୍ ସମୟ ମଧ୍ୟରେ ୬ କୋଟି ପରିବାରରେ ଉଜ୍ଜଳା ଗ୍ୟାସ ପହଁଚିପାରିଲା । ପ୍ରଧାନମନ୍ତ୍ରୀଙ୍କ ଏହି ପରିକଳ୍ପନାକୁ ସୂଚାରୁ ଭାବେ ସମ୍ପାଦନ କଲେ ଓଡିଶାର ପୁଅ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମା ଭଉଣୀ ମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ କରିଚାଲିଛନ୍ତି । ଗରିବ ଘରେ ଜନ୍ମ ନେଇଥିବା ପ୍ରଧାନମନ୍ତ୍ରୀ ମହିଳାଙ୍କ ସମ୍ମାନ ବୃଦ୍ଧି ପାଇଁ ନିଜର କାର୍ଯ୍ୟ କରି ଚାଲିଛନ୍ତି । ସେହିପରି ଗରିବ ଲୋକଙ୍କ ପାଇଁ ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବା ବେଳେ ଓଡିଶାରେ ଲୋକମାନେ ଏଥିରୁ ବଂଚିତ ହେଉଛନ୍ତି । ରାଜନୈତିକ କାରଣରୁ ଏହା ଲୋକମାନଙ୍କ ପାଖରେ ପହଁଚି ପାରୁନାହିଁ । ଏଠି ଉପସ୍ଥିତ ମା ଓ ଭଉଣୀ ମାନେ ଏନେଇ ସ୍ଥାନୀୟ ପ୍ରଶାସନକୁ ଜବାବ ମାଗିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

Leave A Reply

Your email address will not be published.