ନୂଆଦିଲ୍ଲୀ, ୨୫/୦୬ : ଟିମ୍ ଇଣ୍ଡିଆ ବୋଲର ଆକାଶଦୀପ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଆକାଶଦୀପଙ୍କ ବିବାହ ବାରାଣାସୀର ଅକ୍ଷିତାଙ୍କ ସହିତ ହୋଇଛି । ବିବାହ ପାଇଁ ଆକାଶଦୀପଙ୍କ ଘରେ ଗତ ୪ ଦିନ ହେଲାଣି ଉତ୍ସବ ଚାଲିଥିଲା । ଆକାଶଦୀପଙ୍କ ବିବାହ ଉତ୍ସବରେ ଭାରତୀୟ କ୍ରିକେଟ ଟିମର ଜଣାଶୁଣା କ୍ରିକେଟର ମଧ୍ୟ ଯୋଗ ଦେଇଥିଲେ । ଆକାଶଦୀପଙ୍କ ବିବାହ ପରେ ତାଙ୍କ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ବାରାଣସୀର ତାଜ ଗଙ୍ଗେଜ ହୋଟେଲରେ ବୁଧବାର ବିବାହ ଅନୁଷ୍ଠିତ ହୋଇଛି । ଏହି ଭବ୍ୟ ସମାରୋହରେ ୩ଶହରୁ ଅଧିକ ଅତିଥି ଯୋଗ ଦେଇଥିଲେ । କ୍ୟୁଆର୍ କୋଡ୍ ସ୍କାନିଂ ପରେ ବିବାହରେ ସାମିଲ୍ ହୋଇଥିଲେ ଅତିଥି । ଆକାଶଦୀପଙ୍କ ଘର ରୋହତାସ ଜିଲ୍ଲାର ଶିବସାଗର ଥାନା ଅର୍ନ୍ତଗତ ବଡ୍ଡୀ ଗାଁରେ ରହିଛି । ଆକାଶଦୀପଙ୍କ ପରିବାର ଏବଂ ସଂପର୍କୀୟ ବିବାହରେ ସାମିଲ ଥିଲେ । ପୁରା ଗାଁରେ ଉତ୍ସବ ଭଳି ମାହୋଲ ଥିଲା । ବିହାର ସରକାର ଆକାଶ ଦୀପଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ରୀଡା କୋଟା ଅଧାରରେ ଡିଏସପି (ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ) ପଦବୀ ପାଇଁ ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ପ୍ଲେୟାରଙ୍କ ନାମ ସୁପାରିଶ କରାଯାଇଛି । କ୍ରୀଡା କୋଟା ଅଧୀନରେ ନିଯୁକ୍ତି ପାଇଁ ଗଠିତ ଚୟନ କମିଟି ମୁକେଶ କୁମାର ଏବଂ ଆକାଶ ଦୀପଙ୍କ ନାମକୁ ମଧ୍ୟ ଅନୁମୋଦନ କରିଛି ।