ଲକ୍ଷ୍ନୌ, ୧୨/୧: ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତି ଏବଂ ସାମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେସ ଯାଦବ ୨୦୧୯ ଲୋକସଭା ର୍ନିବାଚନରେ ମେଣ୍ଟ କରିବାର ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ କଂଗ୍ରେସ ଦ୍ୱାରା ପ୍ରସ୍ତାବିତ ମହାମେଣ୍ଟ ପୂର୍ବରୁ ଏହି ଦୁଇ ଦଳ ମେଣ୍ଟ କରିବାକୁ ଉଭୟ ଦଳର ମୁଖିଆ ନିଷ୍ପତ୍ତି ନେଇଛନ୍ତି ।
ଉତ୍ତର ପ୍ରଦେଶର ୮୦ ଟି ଲୋକସଭା ଆସନ ମଧ୍ୟରୁ ଏସପି -ବିଏସପି ୩୮- ୩୮ ଆସନରେ ନିର୍ବାଚନ ଲଢିବେ । ସେହିପରି ୨ ଟି ଆସନ ଅନ୍ୟ ସହେଯାଗୀଙ୍କ ପାଇଁ ଉନ୍ମìକ୍ତ ରଖାଯାଇଛି । ତେବେ ଏହି ମେଣ୍ଟରେ କଂଗ୍ରେସକୁ ସାମିଲ କରାଯାଇନଥିଲେ ମଧ୍ୟ ଗାନ୍ଧୀ ପରିବାରର ପୌତୃକ ଗଢ ଅମେଠୀ ଏବଂ ରାୟବରେଲିରେ ଏସପି-ବିଏସପି ମେଣ୍ଟ ପ୍ରାର୍ଥୀ ଦେବ ନାହିଁ ।
ଆଜି ଲକ୍ଷ୍ନୌଠାରେ ଆୟୋଜିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମୀଳନୀରେ ମାୟାବତୀ ଓ ଅଖିଳେସ ଏହି ମେଣ୍ଟର ଘୋଷଣା କରି କହିଛନ୍ତି କି, ଏହି ସାମ୍ବାଦିକ ସମ୍ମୀଳନୀ ନରେନ୍ଦ୍ର ମୋଦୀ ଏବଂ ଅମିି ଶାହାଙ୍କ ନିଦ ଉଡାଇବ । ୧୯୯୩ ରେ ଏସପି-ବିଏସପି ମିଶି ବିଜେପିକୁ ନିର୍ବାଚନରେ ହରାଇଥିଲେ । ଏବେ ଏହି ୨ ଦଳ ମିଶି ଦେଶକୁ ଏକ ନୂଆ ରାଜନୈତିକ କ୍ରାନ୍ତିର ସନ୍ଦେଶ ଦେବାକୁ ଯାଉଛନ୍ତି ।
ସୂଚନାଯୋଗ୍ୟ ଯେ ୨୦୧୮ ପରେ ଉତ୍ତରପ୍ରଦେଶରେ ଅନୁଷ୍ଠିତ ସମସ୍ତ ଲୋକସଭା ଓ ବିଧାନସଭା ଆସନ ଉପର୍ନିବାଚନରେ ଏସପି-ବିଏସପି ମେଣ୍ଟ କରି ଶାସକ ବିଜେପି ସମସ୍ତ ଆସନରେ ପରାସ୍ତ କରିଥିଲେ । ତେଣୁ ସେ ଦୃଷ୍ଟିକୋଣରୁ ଜାତୀୟ ରାଜନୀତିରେ ଏସପି-ବିଏସପି ମେଣ୍ଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।
Prev Post