ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦିଏ ଏହି ୪ଟି ତେଲ

0

ଭୁବନେଶ୍ୱର,୧୬/୮: ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ଏହି କଷ୍ଟ ମହିଳାମାନଙ୍କ ପାଇଁ କୌଣସି ଅଭିଶାପରୁ କମ୍ ନୁହେଁ। ଜଣ ଜଣଙ୍କୁ ଏହି ସମୟରେ ଏତେ କଷ୍ଟ ହୋଇଥାଏ ଯେ, ସେମାନେ ପେନ୍ କିଲର୍ ଖାଇ ଦିଅନ୍ତି। ଏହା ସେ ସମୟରେ ଆରାମ ତ ଦେଇଥାଏ, କିନ୍ତୁ ଏହା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ। ତେଣୁ ଏହି ୪ଟି ତେଲ ଯାହା ଋତୁସ୍ରାବ ସମୟରେ ଅନେକ ମାତ୍ରାରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଆଉ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ବି ନଥାଏ।

୧) ଲାଭେଣ୍ଡର ‌ଅଏଲ୍‌- ଏହାର ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ପିରିୟଡ ସମୟରେ ହେଉଥିବା କଷ୍ଟର ମାତ୍ରା କମ୍ କରିବାରେ ସାହାଯ୍ୟ କରେ। ଏହି ତେଲରୁ ଦୁଇ ତିନି ଡ୍ରପ୍‌ ତଳିପେଟରେ ମାଲିସ୍‌ କଲେ ଯନ୍ତ୍ରଣା କମ୍‌ ହୋଇଯାଏ।

୨) ସେବତୀ ତେଲ- କାହିଁ କେଉଁ କାଳରୁ ଏହି ତେଲକୁ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଇ ଆସୁଛି। ଏହା ପିରିୟଡ୍‌ ସମୟରେ ହେଉଥିବା ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ। ଏହାର ମଧ୍ୟ ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ରହିଛି। ଏହି ତେଲର କିଛି ବୁନ୍ଦା ପାଣିରେ ପକାଇ ଏଥିରେ ନିଜ ଗୋଡ଼କୁ କିଛି ସମୟ ବୁଡ଼ାଇ ରଖନ୍ତୁ। ବିଶେଷ କରି ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଉପାୟଟି ଇଜିପ୍ଟରେ ଅଧିକ ବ୍ୟବହାର କରାଯାଏ।

୩) ଡାଲଚିନି ତେଲ- ଏହି ତେଲ ମଧ୍ୟ ଏହି ସମୟର ପେଟ ଯନ୍ତ୍ରଣା ଦୂର କରିବାରେ ବେଶ୍‌ ଭଲ କାମ କରେ। ପାପୁଲିରେ ଏହି ତେଲରୁ ୨-୩ ବୁନ୍ଦା ପକାଇ ଟିକେ ରଗଡ଼ି ତଳିପେଟରେ ମାଲିସ୍‌ କଲେ ବେଶ୍ ଆରାମ ଲାଗିଥାଏ। କିଛି ସମୟ ମଧ୍ୟରେ ଏହା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

୪) ଲବଙ୍ଗ ତେଲ- ଲବଙ୍ଗ ତେଲ ଏହି ସମୟରେ ସବୁଠୁ ଅଧିକ କାମ ଦେଇଥାଏ। ଏହାର ଆଣ୍ଟି ଇନ୍‌ଫ୍ଲାମେଟୋରି ଗୁଣ ଖୁବ୍‌ ଶୀଘ୍ର ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥି ସହ ଏହା ଅତ୍ୟଧିକ ଋତୁସ୍ରାବକୁ ମଧ୍ୟ କମ୍‌ କରିଥାଏ।

SBI AD
Leave A Reply

Your email address will not be published.