ଏପ୍ରିଲ୍‌ରେ ଆସିବ ପଲିଟିକାଲ୍‌ ଫିଲ୍ମ ‘ମାଇଁ ନେମ୍‌ ଇଜି ରାଗା’

0

ମୁମ୍ବାଇ,୯/୨: କିଛି ମାସ ପରେ ନିର୍ବାଚନ। ଆଉ ଏବେ ସିଲ୍‌ଭର୍‌ ସ୍କ୍ରିନ୍‌ରେ ବି ଗୋଟିଏ ପରେ ଗୋଟିଏ ପଲିଟିକାଲ୍‌ ଡ୍ରାମା ଫିଲ୍ମ ଆସୁଛି। ଗତ ମାସ ଜାନୁଆରୀରେ ରିଲିଜ୍‌ ହୋଇଥିଲା ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମିନିଷ୍ଟର’ I ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେଉଛି ଯେଉଁଥିରେ ବିବେକ୍‌ ଓବରୟେ ପ୍ରଧାନମନ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏବେ ପୁଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେଉଛି। ଯାହାର ନାଁ ରହିଛି ‘ମାଇଁ ନେମ୍‌ ଇଜି ରାଗା’ ।

ଏହି ଫିଲ୍ମର ଶୁଟିଂ ଏବେ ସରିବା ଉପରେ। ନିକଟକେ ଏହାର ଟିଜର ରିଲିଜ୍‌ ହୋଇଛି। ଯାହାର ଆରମ୍ଭ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାରୁ ହୋଇଛି। ସାମ୍ବାଦିକରୁ ନିର୍ଦ୍ଦେଶର ହୋଇଥିବା ରୁପେଶ୍‌ ପଲ୍‌ ଏହାର ସ୍କ୍ରିପ୍ଟ ଲେଖିଛନ୍ତି। ଏହି ଫିଲ୍ମରେ ରାହୁଲ୍‌ଙ୍କ ପିଲାଦିନରୁ ବର୍ତ୍ତମାନର ପଲିଟିକାଲ୍ ବିବାଦ ସବୁକିଛି ଦେଖାଯାଇଥିବା ରୁପେଶ୍‌ କହିଛନ୍ତି।

ତାଙ୍କ ମତରେ- “ଏହି ଫିଲ୍ମ ମୁଁ ରାହୁଲ୍‌ଙ୍କୁ ପ୍ରମୋଟ୍‌ କରିବା ପାଇଁ କରିନାହିଁ। ଏହାର କୌଣସି ରାଜନୈତିକ ଦଳ ସହ ମଧ୍ୟ ସମ୍ପର୍କ ନାହିଁ, ବରଂ ଏହି କାହାଣୀ ସେହି ବ୍ୟକ୍ତିଙ୍କର ଯାହାକୁ ଚାରିଆଡୁ ଆଘାତ କରାଯାଇଛି।”

Leave A Reply

Your email address will not be published.