ଓଉ ଖଟା

0

ସାମଗ୍ରୀ- ଓଉ- ୫୦୦ ଗ୍ରାମ, ଗୁଡ- ୧୫୦ ଗ୍ରାମ, ନଡିଆ କୋରା- ୧ ଟେବୁଲ ଚାମଚ, ଜିରା- ୧ ଚା’ ଚାମଚ, ଲଙ୍କା ଗୁଣ୍ଡ- ୧/୨ ଚା’ଚାମଚ, ଶୁଖିଲା ଲଙ୍କା- ୧ ଟି, ତେଜପତ୍ର- ୨ ଟି, ଭୁର୍ସୁଙ୍ଗ ପତ୍ର- ୫ ଟି, ହଳଦି ଗୁଣ୍ଡ- ୧/୨ ଚା’ଚାମଚ, ସୋରିଷ- ୧ ଚା’ଚାମଚ, ପାନ ମହୁରୀ- ୧/୨ ଚା’ଚାମଚ, ସୋରିଷ ତେଲ- ୨ ଟେବୁଲ ଚାମଚ, ଲୁଣ- ସ୍ୱାଦ ଅନୁସାରେ ।
ପ୍ରଣାଳୀ- ପ୍ରଥମେ ଓଉକୁ ଭଲ ଭାବରେ ଧୋଇ ଲମ୍ବା ଲମ୍ବା ଖଣ୍ଡରେ କାଟନ୍ତୁ । ଜିରାକୁ ଟିକିଏ ଭାଜି ଗୁଣ୍ଡ କରି ରଖନ୍ତୁ । କରେଇରେ ଓଉକୁ ପାଣି ଦେଇ ଲୁଣ ଓ ହଳଦି ଗୁଣ୍ଡ ପକାଇ ସିଝାନ୍ତୁ । ସିଝିଗଲା ପରେ ଓଉକୁ କାଢି ନିଅନ୍ତୁ । ଏବେ ପ୍ୟାନରେ ତେଲକୁ ଗରମ କରି ସୋରିଷ, ପାନ ମହୁରୀ, ତେଜ ପତ୍ର, ଭୁର୍ସୁୁଙ୍ଗ ପତ୍ର ଓ ସୁଖିଲା ଲଙ୍କା ପକାଇ ଭାଜନ୍ତୁ । ଟିକିଏ ଭାଜିଲା ପରେ ଓଉ ପକାଇ ଭଲ ଭାବରେ ଗୋଳାନ୍ତୁ । ତା’ପରେ ନଡିଆ କୋରା ଓ ଗୁଡ ଦେଇ ଭଲ ଭାବରେ ଗୋଳାନ୍ତୁ । ଏହା ବହଳିଆ ହେବା ଯାଏଁ ରାନ୍ଧନ୍ତୁ । ଏବେ ଏଥିରେ ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ୧-୨ ମିନିଟ ପରେ ଓହ୍ଲାଇ ନେଇ ଥଣ୍ଡା କରି ପରସନ୍ତୁ ।

Leave A Reply

Your email address will not be published.