ଓଜନ କମ୍ କରିବାକୁ ଦୃଷ୍ଟିରେ ରଖି ଆମେ ଭାତ କମ୍ ଖାଇଥାଉ । କି;ୁ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଭାତ ପ୍ରସ୍ତୁତ ପାଇଁ ଏପରି ପଦ୍ଧତି ସନ୍ଧାନ କରାଯାଇଛି ଯାହାଦ୍ୱାରା କ୍ୟାଲେରୀ କମ୍ ହୋଇପାରିବ । ଶ୍ରୀଲଙ୍କାର ହ ୍ରଦ କଲେଜ ଅଫ୍ କେମିକାଲ୍ ସାଇନ୍ସ’ର ଅଧ୍ୟୟନକର୍ତ୍ତା କହିଛନ୍ତି ଚାଉଳକୁ ନଡ଼ିଆ ତେଲରେ ରୋଷେଇ କରିବା ଦ୍ୱାରା ୬୦ ପ୍ରତିଶତ କ୍ୟାଲୋରୀ କମ୍ ହୋଇଯାଇଥାଏ । ଚାଉଳରେ ନଡ଼ିଆ ତେଲ ପକାଇ ରୋଷେଇ କରିବା ଦ୍ୱାରା ରେଜିଷ୍ଟ୍ରେଣ୍ଟ ଷ୍ଟ୍ରଚ୍ ମାତ୍ରା ବଢ଼ିଯାଇଥାଏ । ଯାହା ସୁଗାର୍କୁ ଫ୍ୟାଟ୍ରେ ପରିବର୍ତ୍ତନ ହେବାକୁ ଦିଏ ନାହିଁ । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, ଚାଉଳକୁ ନଡ଼ିଆ ତେଲରେ ରୋଷେଇ କରି ୧୨ ଘଣ୍ଟା ଫ୍ରିଜ୍ରେ ରଖି ଖାଇବା ଦ୍ୱାରା ଏହାର କ୍ୟାଲୋରୀ ଅଧାରୁ ଅଧା କମିଯାଇଥାଏ । ଗରମ ପାଣିରେ ଏକ ଚାମଚ ନଡ଼ିଆ ତେଲ ଓ ଅଧା କପ୍ ଚାଉଳ ପକାଇ ଭାତ ପ୍ରସ୍ତୁତ କର;ୁ । ୪୦ ମିନିଟ୍ ରୋଷେଇ କରିବା ପରେ ଥଣ୍ଡା ହେବାପାଇଁ ଛାଡ଼ି ଦିଅ;ୁ । ପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ରେ ରଖ;ୁ । ଫ୍ରିଜ୍ରେ ଏତେ ସମୟ ରହିବା ପରେ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ଥିବାରୁ ଖାଇବା ପୂର୍ବରୁ ଭାତ ଗରମ କରିବାକୁ ଭୁଲ;ୁ ନାହିଁ ।