ଯୌନ ନିର୍ଯାତନା ଅଭିଯୋଗରେ ଅଧ୍ୟାପକଙ୍କୁ ଜୋତାମାଳ ପିନ୍ଧାଇ କ୍ୟାମ୍ପସରେ ବୁଲାଇଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୨୫/୦୭ : ପଶ୍ଚିମବଙ୍ଗର ଗୋବରଡାଙ୍ଗା ହିନ୍ଦୁ କଲେଜରେ ଜଣେ ଅତିଥି ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଓ ଅସଦାଚରଣ ଅଭିଯୋଗକୁ ନେଇ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତ ଭୂଗୋଳ ଅଧ୍ୟାପକ ସନ୍ଦୀପ ଦତ୍ତଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ତାଙ୍କୁ ଜୋତାମାଳ ପିନ୍ଧାଇ, ଝାଡ଼ୁରେ ପିଟିବା ସହ କ୍ୟାମ୍ପସସାରା ବୁଲାଇ ଅଣ୍ଡା ମାଡ଼ କରିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ପୋଲିସ କଲେଜରେ ପହଞ୍ଚି ଅଧ୍ୟାପକଙ୍କୁ ହେପାଜତକୁ ନେବା ସହ ଆନୁଷ୍ଠାନିକ ଏତଲା ଆଧାରରେ ଗିରଫ କରିଛି।ସୂଚନା ଅନୁଯାୟୀ, ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ସନ୍ଦୀପ ଦତ୍ତ ଫୋନରେ ବାରମ୍ବାର ନିର୍ଯାତନା ଦେବା ସହ ତାଙ୍କ ଘରକୁ ମାଗଣାରେ ଟ୍ୟୁସନ୍ ପାଇଁ ଆସିବାକୁ ବାଧ୍ୟ କରୁଥିଲେ।

SBI AD