ଶିମ୍ଲା, ୨୭/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ପାଇଁ ଧର୍ମଶାଳା ଆସୁଥିବା ଏକ ବସ୍ କଙ୍ଗ୍ରା ଅନ୍ତର୍ଗତ ଲୁଞ୍ଜଠାରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ପାଖାପାଖି ୩୫ ଜଣ ଛାତ୍ର ଆହାତ ହୋଇଥିବା ସୁଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକଲବ୍ୟ କମ୍ପ୍ୟୁଟର ସେଣ୍ଟରର କିଛି ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଭାଗ ନେବା ପାଇଁ ଧର୍ମଶାଳା ଯାଉଥିଲେ । ଏହି ସମୟରେ ବସଟି ଭାରସାମ୍ୟ ହରାଇ ଖାଲରେ ଖସି ପଡିଥିଲା । ଆହାତଙ୍କ ମଧ୍ୟରତେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତଣ୍ଡାସ୍ଥିତ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । କେତେକ ଆହତଙ୍କର ଲୁଞ୍ଜସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ତେବେ ଏହି ଛାତ୍ରଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ଥିବା ଜଣା ପଡିଛି ।