ଓଡ଼ିଶାର ୮ଟି ସ୍ଥାନରେ ସୁନାଖଣି ସନ୍ଧାନ

0

ଭୁବନେଶ୍ୱର, ୨୦/୧୧: ଓଡ଼ିଶାର ସୁନାପ୍ରେମୀଙ୍କ ପାଇଁ ଖୁସି ଖବର । କାରଣଟି ହେଲା ରାଜ୍ୟର ୮ଟି ସ୍ଥାନରେ ସୁନା ଥିବାର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ରାଜ୍ୟ ଭୂତ‰ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା ମାଧ୍ୟମରେ କରାଯାଇଥିବା ଅନୁସନ୍ଧାନ ଦ୍ୱାରା ରାଜ୍ୟର ୮ଟି ସ୍ଥାନରେ ସୁନା ଥିବା ସୂଚନା ମିଳିଛି । କେଉଁଝରର ଗୋପୁର,ଗାଜିପୁର, କୁଶକଳା, ଅଡାଳ ଏବଂ ତେଲକୋଇର ସଲେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବାର ଆକଳନ କରାଯାଇଛି । ସେହିଭଳି ମୟୂରଭଞ୍ଜର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ ଓ ବାଦାମ ପାହାଡ ଅଞ୍ଚଳରେ ଥିବା ସୁବାବାହୀ ପଥରରେ ସୁନା ଥିବାର ଆକଳନ କରାଯାଇଛି । ତେବେ ଏଠାରେ କେତେ ମାତ୍ରାରେ ସୁନା ରହିଛି ତାହା ସ୍ପଷ୍ଟ ହୋଇନାହିଁ । ସେହିଭଳି ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ସୁନା ଥିବା ଆକଳନ କରାଯାଇଛି ।

Leave A Reply

Your email address will not be published.