ଲଜିଟେକ୍ ଭାରତରେ େୱୟାର୍ଲେସ୍ କିବୋର୍ଡ ଏମ୍କେ ଟୁଥ୍ରୀଫାଇଭ୍ ସହ ମାଉସ୍ ଲଞ୍ଚ କରିଛି । ସବୁଠାରୁ ବଡ ବିଶେଷତ୍ୱ ଏଥିରେ ରାଷ୍ଟ୍ରଭାଷାର ଅକ୍ଷର ରହିଛି । ଏହା ଛଡା କିବୋର୍ଡଟି ସିଷ୍ଟମ ଠାରୁ ୧୦ ମିଟର ଦୂରରେ ରହି ମଧ୍ୟ କାର୍ଯ୍ୟ କରିପାରିବ । ଏହି କିବୋର୍ଡର ମୂଲ୍ୟ ୧୫୯୯ ଟଙ୍କା । ଏହି ଦାମ୍ରେ ବେତାର କିବୋର୍ଡ ଏବଂ ମାଉସ୍ କ୍ରୟ କରିପାରିବେ । ଏଥିରେ ବହୁଭାଷୀର ଅକ୍ଷର ମଧ୍ୟ ବ୍ୟବହାର କରାଯାଇପାରିବ । କିବୋର୍ଡଟି ୧୭.୧୫ ଇଞ୍ଚ ଲମ୍ବ ଓ ୫.୧୪ ଇଞ୍ଚ ଚଉଡା ବିଶିଷ୍ଟ ରହିଛି । ଏଥିରେ ପାଖାପାଖି ୧୦୦ଟି କି ରହିଛି । ଏହା ସହ ୩ ବର୍ଷ ୱାରେଣ୍ଟି ରହିବା ସହ କି ଉପରେ ଥିବା ଅକ୍ଷର ଗୁଡିକ ମଧ୍ୟ ଦୀର୍ଘସ୍ଥାୟୀ । କମ୍ପାନୀ ତଥ୍ୟାନୁଯାୟୀ, ଏଥିରେ ଆଡ୍ଭାନ୍ସ ଇନ୍କ୍ରିପସନ୍ ଷ୍ଟାଣ୍ଡାର୍ଡ ଫିଚର ରହିଛି । ଏଥିରେ ବ୍ୟବହୃତ ବ୍ୟାଟେରୀକୁ ପୂରା ବର୍ଷେ ବ୍ୟାକ୍ଅପ୍ ନେଇପାରିବ । ଏଥିରେ ଥିବା ବ୍ୟାଟେରୀକୁ ଚାର୍ଜ କରିବା ଦରକାର ପଡେ ନାହିଁ । ଏଥିରେ ନାନୋ ରିସିଭର୍ ପଫର୍ମାନାସ୍ ଫ୍ୟାସିଲିଟି ମଧ୍ୟ ରହିଛି ।