କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ

0

ଭୁବନେଶ୍ୱର,୧୬/୧: ଝାରସୁଗୁଡା ବିଧାୟକ ନବ ଦାସଙ୍କୁ ନେଇ ଅନେକ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଝାରସୁଗୁଡା ବିଧାୟକ ନବ ଦାସ। ନିଜର ଇସ୍ତଫା ପତ୍ର ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଜଣାପଡ଼ିଛି। ଏଥିସହ ସେ ନିର୍ବାଚନ ମଣ୍ଡଳୀବାସୀଙ୍କ ଇଚ୍ଛା କ୍ରମେ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି ବୋଲି ଘୋଷଣା କରିଛନ୍ତି। ଅଞ୍ଚଳବାସୀଙ୍କ ଇଚ୍ଛା ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଝାରସୁଗୁଡା ବିଧାୟକ ନବ ଦାସ ପିସିସି କାର୍ଯ୍ୟକାରୀ ସଭାପତି ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି। ଏହି ଇସ୍ତଫା ପରେ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି କହିଛନ୍ତି । ନିଜ ଇସ୍ତଫା ପତ୍ରରେ ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବା କଥା ଉଲ୍ଲେଖ କରିଛନ୍ତି । କଂଗ୍ରେସ ଛାଡିବା ପଛରେ କୌଣସି କାରଣ ନାହିଁ ବୋଲି କହିବା ସହ ନିରଞ୍ଜନ ପଟ୍ଟନାୟକ ଓ ରାହୁଲ ଗାନ୍ଧିଙ୍କୁ ସେ ପ୍ରଶଂସା କରିଥିଲେ।

SBI AD
Leave A Reply

Your email address will not be published.