କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

0

ଭୁବନେଶ୍ୱର,୨୧/୧: ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ଆଜି ଦଳ ଛାଡ଼ିଛନ୍ତି । ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ସମର୍ଥକ ତଥା ଅଞ୍ଚଳବାସୀ ମତାମତ ନେଉଛନ୍ତି। ସନ୍ଧ୍ୟା ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଗତ ବିଜେପୁର ଉପନିର୍ବାଚନରେ ପରାଜୟ କାରଣ ଖୋଜିବା ପାଇଁ ଏକ ସମୀକ୍ଷା ବୈଠକ କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବୈଠକ ହୋଇ ପାରିଲା ନାହିଁ । ସେହିପରି ଦଳର କର୍ମକର୍ତ୍ତା ପୁନର୍ଗଠନରେ ମଧ୍ୟ ତାଙ୍କପ୍ରତି ଅଣଦେଖା କରାଗଲା ଏବଂ ଯେଉଁମାନେ ବିଜେପୁର ଉପନିର୍ବାଚନରେ ଦଳ ବିରୋଧୀ କାମ କରିଥିଲେ, ସେମାନଙ୍କୁ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରାଗଲା । ତେଣୁ ସେ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି ସାହୁ କହିଛନ୍ତ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଣୟଙ୍କ ଇସ୍ତଫା ଦଳ ପ୍ରତି କିଭଳି ପ୍ରଭାବ ପକାଇବ, ତାହା ସମୟ କହିବ । ଏଆଇସିସିର ସାଧାରଣ ସମ୍ପାଦକ ତଥା ଦଳର ଓଡ଼ିଶା ସହ ପ୍ରଭାରୀ ଶେଖ ମୁସ୍ତାକ ଅଲ୍ଲୀ କୁହନ୍ତି, ପ୍ରଣୟଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Leave A Reply

Your email address will not be published.