କଟକ ଓ ଭୁବନେଶ୍ୱରରେ ହେବ ହକି ବିଶ୍ୱକପ ଉଦଘାଟନୀ ଉତ୍ସବ, ଅନଲାଇନରେ ମିଳିବ ଟିକେଟ୍

0

ଭୁବନେଶ୍ୱର, ୧୬ /୧୧: ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବ ଟିକେଟକୁ ନେଇ କଳିଙ୍ଗ ଷ୍ଟାଡ଼ିୟମରେ ଭଙ୍ଗାରୁଜା ପରେ ଟିକେଟ୍ ଅନଲାଇନ୍ ମାଧ୍ୟମରେ ବିକ୍ରି କରିବାକୁ ନିଷ୍ପତି ନିଆଯାଇଛି। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ସୂଚନା ଦିଆଯିବ ବୋଲି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଛନ୍ତି।

ସୂଚନାନୁଯାୟୀ, ଆସନ୍ତା ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ହକି ପୁରୁଷ ବିଶ୍ୱକପର ଉଦଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ନଭେମ୍ବର ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଓ ୨୮ରେ କଟକ ବାରବାଟୀରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଭୁବନେଶ୍ୱର ପାଇଁ ୧୦,୫୦୦ଶହ ଓ ବାରବାଟୀ ପାଇଁ ୩୦ହଜାର ଟିକେଟ ଅନଲାଇନ୍ ଦ୍ଵାରା ବିକ୍ରି ହେବ। ଅଫ୍‌ଲାଇନ୍‌ ଟିକେଟ ବ୍ୟବସ୍ଥା ଆଦୌ ରଖାଯାଇନାହିଁ । କେବଳ ଅନଲାଇନ୍ ମାଧ୍ୟମରେ ହିଁ ଖେଳପ୍ରେମୀମାନେ ଏହି ଟିକେଟ୍ କାଟି ପାରିବେ ବୋଲି ଆନ୍ତର୍ଜାତିକ ହକି ମହାସଂଘର ସଭାପତି ଶ୍ରୀ ବାତ୍ରା କହିଛନ୍ତି।

Leave A Reply

Your email address will not be published.