ଭୁବନେଶ୍ୱର, ୨୩/୦୬ : ଅବକାରୀ ପୋଲିସ ହାତରେ ଧରାପଡ଼ିଲା ୬ ଲକ୍ଷ ଟଙ୍କାର ଧଳା ଜହର। କଟକ ଜିଲ୍ଲା ମାହାଙ୍ଗା ଥାନା ଛତ୍ର ବଜାର ନିକଟରେ ଯୁବକକୁ କାବୁ କରିଛି ବିଭାଗ । ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଖବର ପାଇ ଜଣେ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୬୦ ଗ୍ରାମର ବ୍ରାଉନ ସୁଗାର ଓ ସେ ବ୍ୟବହାର କରୁଥିବା ଏକ ବାଇକକୁ ଜବତ କରିଛି । ଗିରଫ ଯୁବକଙ୍କ ନାଁ ଅବଦୁଲ କରିମ । କଟକ ଲାଲବାଗ ଥାନା ଖଟମିଲ ସାହିରେ ତାର ଘର ହୋଇଥବା ଜଣାପଡିଛି । କଟକରୁ ଆସି ମାହାଙ୍ଗା ଅଞ୍ଚଳରେ ସେ ବ୍ରାଉନ ସୁଗାର ବିକ୍ରିକରୁଥିବା ଅବକାରୀ ପୋଲିସ ଖବର ପାଇଥିଲା । ଯାହା ଫଳରେ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଅବକାରୀ ବିଭାଗ । ଏହା ସହ ଗିରଫ ଯୁବକ ସହ ସଂପୃକ୍ତ ଥିବା ଅନ୍ୟ ଖୁଚୁରା ଚୋରା ବେପାରୀଙ୍କୁ ମଧ୍ୟ ଅବକାରୀ ପୋଲିସ ଧରିବା ପାଇଁ ଚେଷ୍ଟା କରୁଛି ବୋଲି ସୂଚନା ମିଳିଛି ।