କର୍ଣ୍ଣାଟକ ରାଜନୀତି : ଅସନ୍ତୁଷ୍ଟ ବିଧାୟକଙ୍କୁ ମନେଇବା ପାଇଁ କଂଗ୍ରେସର ରଣନୀତି

0

ବେଙ୍ଗାଲୁରୁ, ୧୬/୧ : କର୍ଣ୍ଣାଟକରେ ରାଜନୀତିର ଚିତ୍ର ବଦଳିବା ସମ୍ଭାବନା ଥିବା ସମୟରେ ଏହି ସ୍ଥିତିକୁ ସୁଧାରିବା ପାଇଁ କଂଗ୍ରେସ ପ୍ରଚେଷ୍ଟା କରୁଛି । ଏଥିପାଇଁ କଂଗ୍ରେସ ନୂତନ ରଣନୀତି ପ୍ରସ୍ତୁତ କରୁଛି । ଜାନୁଆରୀ ୧୮ରେ କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁରେ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଅସନ୍ତୁଷ୍ଟ ଥିବା ବିଧାୟକଙ୍କୁ ମନେଇବା ପାଇଁ କଂଗ୍ରେସ ସେମାନଙ୍କୁ ମନ୍ତ୍ରୀପଦ ଦେଇପାରେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨ଜଣ ନିର୍ଦ୍ଦଳୀୟ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପରେ କୁମାରସ୍ୱାମୀ ତାଙ୍କ ସରକାରଙ୍କୁ ବଂଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ତେଣୁ ବୁଧବାର ଦିନ କଂଗ୍ରେସ ନେତାଙ୍କ ସହ ସାକ୍ଷାତ କରି କୁମାରସ୍ୱାମୀ ଏହି ପରିସ୍ଥିତି ସହ ସାଲିଶ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା କରାଯାଉଛି ।

କଂଗ୍ରେସ ବିଧାୟକ ଏଚ ମୁନିଆ କଂଗ୍ରେସ ବିଧାୟକଙ୍କୁ ସାନ୍ତ୍ୱନା ଦେଇଛନ୍ତି । ସେ କହିଛନ୍ତି କି, ସେମାନଙ୍କୁ କ୍ୟାବିନେଟ ବିସ୍ତାର କରିବାକୁ ଅବସର ଦିଆଯିବ । ଅସନ୍ତୁଷ୍ଟ ହୋଇ ଫେରି ଯାଇଥିବା ବିଧାୟକଙ୍କୁ ସେ ପୁଣି ଥରେ ନିମନ୍ତ୍ରଣ କରିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳାବାର ଦିନ ଦୁଇ ଜଣ ନିର୍ଦ୍ଦଳୀୟ ବିଧାୟକ କଂଗ୍ରେସ ଠାରୁ ସମର୍ଥନ ଫେରାଇ ନେଇଛନ୍ତି । ଏହା ପରେ ସୁବେରେ ରାଜନୈତିକ ମାହୋଲ ହଲଚଲ ହୋଇଥିଲା ।

Leave A Reply

Your email address will not be published.