କେନ୍ଦ୍ରାପଡ଼ାରେ ଡଙ୍ଗା ବୁଡି ୧ ମୃତ, ୫ ନିଖୋଜ , ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

0

କେନ୍ଦ୍ରାପଡା,୨/୧ : କେନ୍ଦ୍ରପଡା ମହାନଦୀ ମୁହାଣାରେ ଡଙ୍ଗା ବୁଡି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ନଖୋଜ ହୋଇଯାଇଛନ୍ତି । ମହନଦୀ ମୁହାଣ ନିପାଣିଆ ନିକଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ହୁକିଟୋଲା ବତୀଘରଠାରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଡଙ୍ଗାବୁଡ଼ି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଡଙ୍ଗାରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ପାରାଦୀପ କୁଜଙ୍ଗ ଅଞ୍ଚଳରୁ ପିକନିକ କରିବାକୁ ଯାଇଥିଲେ। ମାତ୍ରାଧିକ ଲୋକ ଯାତ୍ରା କରୁଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିବା ଅନୁମାନ କରାଯାଉଛି । ତେବେ ନିଖୋଜ ଥିବା ୮ ଜଣ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ରହିଛି । ସ୍ଥାନୀୟ ବାସୀନ୍ଦାଙ୍କ ସହୟତାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉଦ୍ଧାରକାର୍ଯ୍ୟରେ ଅଗ୍ନୀଶମ ବିଭାଗର କର୍ମଚାରୀମାନେ ନିୟୋଜିତ ଅଛନ୍ତି। ଏହା ସହ ଓଡ୍ରାଫ ଟିମର ମଧ୍ୟ ସହାୟତା ନଆଯାଇଛି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପହଁଞ୍ଚି ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିଛି । ଦୁର୍ଘଟଣା ସ୍ଥଳରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ମଧ୍ୟ ପହିଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.