କୋଣାର୍କ ମନ୍ଦିର ପ୍ରତି ବିପଦ ନାହିଁ କହିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

0

ଭୁବନେଶ୍ୱର,୧୦/୧୨: କୋଣାର୍କ ମନ୍ଦିର ପ୍ରତି ବିପଦ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା। ଆଜି ରାଜ୍ୟ ଅତିଥି ଭବନରେ କୋଣାର୍କ ସୁରକ୍ଷା ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ସେ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି ବିପଦ ନ ଥିବା ଦର୍ଶାଇଛନ୍ତି।

ବୈଠକ ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, କୋଣାର୍କ ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ସୂର୍ଯ୍ୟ ମନ୍ଦିର ଏବେ ସୁରକ୍ଷିତ ରହିଛି । କୋଣାର୍କର ସୁରକ୍ଷା ଓ ମନ୍ଦିରରୁ ପଥର ଖସିବା ଘଟଣାର ଯାଞ୍ଚ ପାଇଁ ଏକ ମାସ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ ହେବ।

ଏଥିସହ ସେ କହିଛନ୍ତି ଯେ ୧୯୯୭ ମସିହା ପରଠାରୁ ଦୁର୍ବଳ କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ସାଧା ପଥର ଲଗାଇବା କାର୍ଯ୍ୟ ମଧ୍ୟ କରାଯାଇନାହିଁ। ଯେହେତୁ ମନ୍ଦିର ୟୁନେସ୍କୋ ତତ୍ତ୍ୱାବଧାନରେ ରହିଛି, ତେଣୁ ଆର୍କୋଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ) କରିପାରିବ ନାହିଁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.