ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାକ୍‌ ହାଇ କମିଶନର୍‌, ଭାରତ-ପାକ ହକି ପାଇଁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର,୧୦/୧୨: ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ ପାଇଁ ପ୍ରଶଂସାର ପାତ୍ର ପାଲଟିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରିଛନ୍ତି ପାକିସ୍ତାନ ହାଇ କମିଶନର୍‌ ସୋହେଲ ମହମ୍ମଦ । ସେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ।

ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ ପାଇଁ ପାକ୍‌ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଆଗାମୀ ଦିନରେ ସମୟରେ ପୁଣି ଥରେ ଭୁବନେଶ୍ୱରରେ ଭାରତ-ପାକ ହକି ସିରିଜ ପାଇଁ ମଧ୍ୟ ସେ ପ୍ରସ୍ତାବ ରଖିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ସୋହେଲ୍‌ ମହମ୍ମଦ ପାକିସ୍ତାନ ଓ ନେଦରଲାଣ୍ଡ ମ୍ୟାଚ୍‌ ଦେଖିଥିଲେ ।